ରେଙ୍ଗାଲି ଗୋଷ୍ଠୀ ସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ
ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ରାମଚନ୍ଦ୍ରନଗର ଠାରେ ଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ୩୦ ତମ ଗୋଷ୍ଠୀ ସ୍ତରୀୟ ଶିଶୁ,ବୈଜ୍ଞାନିକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରେଙ୍ଗାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି କର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେନ୍ଦ୍ର ବାଗ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାମଚନ୍ଦ୍ର ନଗର ର ପ୍ରଧାନ ଶିକ୍ଷକ ଭଗବାନ ରାଉତ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏଥିରେ ରେଙ୍ଗାଲି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୨୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।
ସେଥିମଧ୍ୟରୁ ୬ଟି ସବଥିମ୍ ରେ ଜୁନିଅର୍ ସବ୍ ଜୁନିଅର୍ ଓ ସିନିୟର୍ ଗ୍ରୁପରୁ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ୧୮ ଜଣ ଲେଖାଏଁ ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେ। ଅଭିଜ୍ଞ ଶିକ୍ଷକ ଚୂଡ଼ାମଣି ନାୟକ, ରାଜେନ୍ଦ୍ର ପ୍ରସାଦ ସାହୂ ପ୍ରଶାନ୍ତ ପାଟଯୋଶୀ,ଶାନ୍ତିଲତା ଦାସ ଓ ସରିତା ସାହୁ ବିଚାରକ ରୁପେ ଯୋଗଦେଇଥିଲେ।ଉଦଯାପନୀ ଉତ୍ସବରେ ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେନ୍ଦ୍ର ବାଗ ସମ୍ମାନିତ ଏବଂ ଡଃ.ଗୌରିଦାସ ପଧାନ ମୁଖ୍ୟବକ୍ତା ରୃପେ ଯୋଗ ଦେଇ ଉଦବୋଧନ ଦେବା ସହିତ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।
Comments are closed.