ଲଇଡା ବାଳକ ହାଇସ୍କୁଲ ରେ ବିଜ୍ଞାନ ମେଳା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ର ଲଇଡା ହାଇସ୍କୁଲ ପରିସରରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଥିଲା। ଏଥିରେ ମୋଟ ୨୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ରେଙ୍ଗଲୋଇ ଡିପିଏ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ତଥା ବିଚାରକ ରୂପେ ଯୋଗଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ମମତା ନାଗଙ୍କ ଅଧ୍ୟକ୍ଷତା ଏବଂ ଶିକ୍ଷୟିତ୍ରୀ  ସୁନିତା ସେଠଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ନାଏକ ଏବଂ ଅତିଥି  ରୁପେ ଯୋଗ ଦେଇଥିବା ସାମ୍ବାଦିକ ହରିହର ନାଥ ଛାତ୍ରମାନଙ୍କୁ ଉଦବୋଧନ ଦେଇଥିଲେ।
prayash
ବରିଷ୍ଠ ଶିକ୍ଷକ ମନୋଜ କୁମାର ମେଣ୍ଡଲି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଶ୍ରୀନିବାସ ସାହୁ ଛାତ୍ର ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ସୁବାଶିଷ ବାଗ,ବିବେକ ଚୌଧୁରୀ,ଗିରିଜାନନ୍ଦ ରହନା ଙ୍କ ଦ୍ବାରା ପ୍ରଦର୍ଶିତ ପ୍ରକଳ୍ପ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲା। ପିଏମ୍ ବେହେରା, ପିଙ୍କି ଦୀପ, ଡି.ସି ପ୍ରଧାନ, ଗୁଲିଖିଆ ବାଗ, ବିବେକ ଧୁରୁଆ, କେଦାର ଜୟପୁରିଆ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଜ୍ଞାନ ମେଳା ଆୟୋଜନ ରେ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ମନୋଜ କୁମାର ମେଣ୍ଡଲି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.