ରେଙ୍ଗାଲି: ରେଙ୍ଗାଲି ତହସିଲ କାର୍ଯ୍ୟାଳୟ ରେ ଆଜି ହୀରାକୁଦ ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ହୋଇ ବିଭିନ୍ନ ଗ୍ରାମ ରେ ପୁର୍ନବସତି ସ୍ଥାପନ କରି ରହୁଥିବା ନିଶାନଭଙ୍ଗା, ବୋମାଲୋଇ, ଖିଣ୍ଡା, କତରବଗା ଆଦି ପଞ୍ଚାୟତ ଅଞ୍ଚଳର ୩୧ ଜଣ ବିସ୍ଥାପିତଙ୍କୁ ୧୦ ଡେସମିଲ୍ ଲେଖାଏଁ ଘରଡିହ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏହି ଅବସରରେ ତହସିଲ ଅଫିସ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ତହସିଲଦାର ବେର୍ସିଆସ୍ ଡୁଙ୍ଗ୍ ଡୁଙ୍ଗ୍ ଯୋଗଦେଇ ଜମି ପଟ୍ଟା ବଣ୍ଟନ କରିଥିଲେ। ସେକ୍ସନ୍ ଅଫିସର ଧନେଶ୍ବର ବଚ୍ଛା, ବରିଷ୍ଠ ରାଜସ୍ବ ସହାୟକ ରମାକାନ୍ତ ବାରିକ ପଟ୍ଟା ବଣ୍ଟନ ରେ ସହଯୋଗ କରିଥିଲେ।
Popular Categories



