www.samajalive.in
Sunday, December 7, 2025
18.1 C
Bhubaneswar

ବିସ୍ଥାପିତଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ଆଦିତ୍ୟ ଆଲୁମିନା ମୁଖ୍ୟ ଫାଟକରେ ଧାରଣା

ରେଙ୍ଗାଲି: ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିୟମ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇ ଲୁଧାପାଲି ସ୍ଥିତ ଆର୍‍.ଆର୍‍ କଲୋନୀରେ ଥଇଥାନ ହୋଇ ସ୍ଥାୟୀ ଭାବରେ ସପରିବାର ବସବାସ କରୁଥିବା ବସନ୍ତ ଓରାମ ଗତ ଅପ୍ରେଲ୍‍ ମାସ ୨୩ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ବସନ୍ତ ଓରାମ ଆଦିତ୍ୟ ଆଲୁମିନିୟମ କମ୍ପାନୀରେ ଚାକରି କରୁଥିଲେ। ବସନ୍ତଙ୍କ ମୃତ୍ୟୁ ପରେ ପରିବାରର ଜଣକୁ ଚାକିରି ଦେବାକୁ ତାଙ୍କ ପତ୍ନୀ ଅଞ୍ଜନା ଓରାମ ଜିଲ୍ଲାପାଳ, ତହସିଲଦାର, ଠେଲକୋଲୋଇ ଏବଂ କତରବଗା ଥାନା ଅଧିକାରୀ ତଥା ଆଦିତ୍ୟ ଆଲୁମିନିୟମ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏକାଧିକ ଥର ଲିଖିତ ଅନୁରୋଧ କରିଥିବା ସତ୍ୱେ କୌଣସି ସୂଫଳ ମିଳୁନଥିବାରୁ ଆଜି ସକାଳ ୧୦ ଟାରୁ ମୃତ ବସନ୍ତ ଓରାମଙ୍କ ପତ୍ନୀ ଅଞ୍ଜନ ଓରାମ ସପରିବାର ଆଦିତ୍ୟ ଆଲୁମିନିୟମର ମୁଖ୍ୟଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଅଞ୍ଜନା ଓରାମଙ୍କ ଦାବୀକୁ ସମର୍ଥଣ କରି ଲୁଧାପାଲି ସ୍ଥିତ ଆର୍‍.ଆର୍‍ କଲୋନିର ସମସ୍ତ ମହିଲା ଧାରଣାରେ ସାମିଲ ହୋଇଥିବା ଜଣାପଡିଛି। ସ୍ଥାନିୟ ପୁଲିସ ଏବଂ କମ୍ପାନୀର ଆଦିକାରୀମାନେ ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରି ବୁଝାସୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନଥିବାର ପ୍ରକାଶ। ଅଞ୍ଜନା ଓରାମଙ୍କ କହିବା ଅନୁଯାୟୀ ତାଙ୍କ ସହିତ ଗତ ଜୁଲାଇ ମାସ ୨୬ ତାରିଖ ଦିନ ଆଦିତ୍ୟ ଆଲୁମିନିୟମ କମ୍ପାନୀର ବରିଷ୍ଠ ଅଧିକାରୀ ବିବେକାନନ୍ଦ ମିଶ୍ର, ସତ୍ୟପ୍ରକାଶ ଦାସ, ଶ୍ୱେତା ଉପାଧ୍ୟାୟ, ମନୋରଞ୍ଜନ ବେହେରା ୩ମାସ ମଧ୍ୟରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିର୍ଦ୍ଧାରିତ ସମୟ ବିତିଯାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବାରୁ ଆମେ ବାଧ୍ୟ ହୋଇ ଶାନ୍ତିପୂର୍ଣ ଆନ୍ଦୋଳନ କରୁଛୁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories