www.samajalive.in
Monday, December 15, 2025
24.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ତୁରୁମ୍ ରାସ୍ତା ଦେଇ ଯାଇଥିବା ୫୪ ନଂ ରାଜ୍ୟ ରାଜପଥ ରେ ଗତ ୧୨ ତାରିଖ ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ  ପଥଚାରୀ ଗୁରୁତର ଆହତ ହୋଇ ବୁର୍ଲା  ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି । ପ୍ରକାଶ ଥାଉ କି କାଦୋବାହାଲ ପଞ୍ଚାୟତ  ଅଧିନସ୍ଥ ବରହାମୁଡ଼ା  ଗ୍ରାମର  ନାଗର ପୋଢ଼ (୫୦) ଗତ ୧୨ ତାରିଖ ସନ୍ଧ୍ୟାରେ  ଏକ ବାହାଘର ଭୋଜି ପାଇଁ ପାଦରେ ଚାଲି ଆସୁଥିବା  ବେଳେ  ଏକ ଅଜଣା ଗାଡ଼ି  ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ତେ ଗୁରୁତର ହୋଇ ପଡ଼ିଯାଇଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ବୁର୍ଲା ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଇଥିଲେ ।  ସେଠାରେ ଚିକିତ୍ସାଧୀନ ଅବସ୍ଥାରେତାଙ୍କର ମୃତ୍ୟୁ ଘଟିଥିଲା । ଆଜି ମୃତଦେହ ବ୍ୟବଚ୍ଛେଦ ପରେ  ପରିବାର ବର୍ଗଙ୍କୁ ମୃତ ଶରୀରକୁ ହସ୍ତାନ୍ତର କରିଥିବା  ବୁର୍ଲା ପୁଲିସ ପକ୍ଷରୁ ସୂଚନା ମିଳିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories