ଏନ୍‍ଏସି ସଫେଇ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ପିପିଲି : ପିପିଲି ଏନଏସି ର ସଫେଇ କର୍ମଚାରୀ ବାବନ ଘଡେଇ(୫୦)ଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ରବିବାର ମଧ୍ୟାହ୍ନ ସମୟରେ ମୁଖ୍ୟବଜାରର ପିପିଲି-ନିମାପଡା ରାସ୍ତା ପାର୍ଶ୍ବରେ ଚାଲିଚାଲି ଯାଉଥିବା ବେଳେ କୌଣସି କାରଣରୁ ଝୁଣ୍ଟି ଯାଇ ତଳେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପିପିଲି ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକେ, ଗ୍ରାମବାସୀ ଓ ସହକର୍ମୀମାନେ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ସେଠାରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ନିଜଘର ପିପିଲି ନିକଟବର୍ତ୍ତି ବଳଙ୍ଗା ଥାନା ଅନ୍ତର୍ଗତ କଣ୍ଟୁଣିଆ ଗ୍ରାମରେ ହୋଇଥିବା ବେଳେ ସେ ପିପିଲି ଏନଏସିର ଏକମାତ୍ର ନିୟମିତ ସଫେଇ କର୍ମଚାରୀ ଥିଲେ। ଏନଏସିର କର୍ମଚାରୀ ଅଶୋକ କୁମାର ଦାସ, କୈଳାସ ସ୍ୱାଇଁ, ସଫେଇ ବିଭାଗ ଇନଚାର୍ଜ ବିଜୟ କୁମାର କୋଦ୍ଦମାସିଂ ପ୍ରମୁଖ ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ପିପିଲି ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଥିବା ସୂଚନା ମିଳିଛି।

kalyan agarbati

Comments are closed.