ପ୍ରଥମ ଭାରତୀୟ କମ୍ପାନୀ: ୧୮,୯୫୧ କୋଟି ଟଙ୍କା ଲାଭ

ନୂଆଦିଲ୍ଲୀ : ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଗତ ଆର୍ଥିକ ବର୍ଷର ମାର୍ଚ୍ଚ ତ୍ରୈମାସିକ ଫଳାଫଳ ଜାରି କରିଛି । ୪ନମ୍ବର ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଲାଭ ସ୍ଥିର ରହିଛି ଏବଂ ଏଥିରେ ମାତ୍ର ୦.୧ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । କମ୍ପାନୀ ଜାନୁୟାରୀ-ମାର୍ଚ୍ଚ ୨୦୨୪ର ଫଳାଫଳର ମଧ୍ୟ ସୂଚନା ଦେଇଛି । ଏହି ତଥ୍ୟ ଅନୁସାରେ କମ୍ପାନୀର ଲାଭ ୧୮,୯୫୧ କୋଟି ଟଙ୍କା ଅର୍ଥାତ୍ ପ୍ରାୟ ୨୮.୦୧ ଟଙ୍କା ସେୟାର ପିଛା ରହିଛି । ବର୍ଷେ ପୂର୍ବରୁ ଏହା ୧୯,୨୯୯ କୋଟି ଟଙ୍କା ଅର୍ଥାତ୍ ପ୍ରାୟ ୨୮.୫୨ ଟଙ୍କା ପ୍ରତି ସେୟାର ଥିଲା । କମ୍ପାନୀର ରାଜସ୍ବରେ ରେକର୍ଡ ବୃଦ୍ଧି ହୋଇଛି । ଏହା ବାର୍ଷିକ ଆଧାରରେ ୧୧ ପ୍ରତିଶତ ବୃଦ୍ଧି ପାଇ ୨.୬୪ ଲକ୍ଷ କୋଟି ହୋଇଯାଇଛି ।

ବଜାରକୁ ଆସିଲା ଟୋୟୋଟା ଫର୍ଚ୍ୟୁନର ‘ଲିଡର’

ଆର୍ଥିକ ବର୍ଷ ୨୦୨୩-୨୪ ରେ ରିଲାଏନ୍ସ ୬୯,୬୨୧ କୋଟି ଟଙ୍କାର ରେକର୍ଡ ଲାଭ କମାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୬୬,୭୦୨ କୋଟି ଟଙ୍କା ରହିଥିଲା । ଏହା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଗତ ଆର୍ଥିକ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କାର କାରବାର କରୁଥିବା ପ୍ରଥମ ଭାରତୀୟ କମ୍ପାନୀ ପାଲଟିଛି ।

Comments are closed.