www.samajalive.in
Sunday, December 14, 2025
19.1 C
Bhubaneswar

କୁମ୍ଭାରପଡାରେ ଜଳ ସମସ୍ୟା, ପାନୀୟ ଜଳ ଯୋଗାଣ ପାଇଁ ଦାବି

ସମ୍ବଲପୁର: ମହାନଗର ନିଗମ ଅର୍ନ୍ତଗତ ୩୧ ନଂ ୱାର୍ଡ ଅଧିନସ୍ଥ କୁମ୍ଭାରପଡା ଠାରେ ଲାଗି ରହିଥିବା ଜଳ ସମସ୍ୟାକୁ ଦୂର କରିବା ପାଇଁ ଜିଲା ପ୍ରଶାସନ ନିକଟରେ ଦାବି ହୋଇଛି। ପ୍ରଶାସନକୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ବିଗତ ୨ ମାସ ହେବ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି। ଯଦି କୌଣସି ସମୟରେ ଜଳ ଯୋଗାଣ ହେଉଛି, ତାହା ହେଲେ ତାହା ଆବଶ୍ୟକତାରୁ ବହୁତ କମ ରହୁଛି। ଏ ନେଇ ବାରମ୍ବାର କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ୱେ ଏ ପର୍ଯ୍ୟନ୍ତ କୌଣସି ସୁବିଧା କରାଯାଇ ନାହିଁ।

ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଉଥିବା ବେଳେ ଏବେ ପାନୀୟ ଜଳ ମୁନ୍ଦିଏ ପାଇଁ ଡହଳ ବିକଳ ହେଉଛନ୍ତି। ଏଣୁ ତୁରନ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ଯୁକ୍ତା ରଣା, ସୁବାସିନୀ ରଣା, ଆସମା ଖାତୁନ, ଦିନେଶ କ୍ଷେତି, ଜରିନା ଖାତୁନ, ସହଜାଦୀ ବାନୋ, ରମେଶ ଦାସ, ପଦ୍ମନାଭ ନାୟକ, ଲକ୍ଷ୍ମୀ ନାୟକ, ସରସ୍ୱତୀ ସାହୁ, ସୁରେଜା ସେଠଙ୍କ ସମେତ ଅଞ୍ଚଳବାସୀଙ୍କ ଦସ୍ତଖତ ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories