୪୫୦ ବୋତଲ କଫସିରଫ ଜବତ, ଜଣେ ଗିରଫ 

କଣ୍ଟାବାଞ୍ଜି : ତୁରେକେଲା ପୁଲିସ ପେଟ୍ରୋଲିଂ ସମୟରେ ୪୫୦ ବୋତଲ କଫସିରପ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ବେଲପଡା ଥାନା ମାଳିମୁଣ୍ଡା ଗାଁର ରାଜେଶ ମେହେର । ଗତକାଲି ମଧ୍ୟ ପୁଲିସ ପେଟ୍ରୋଲିଂ ସମୟରେ ରାମୁଡ ଗାଁ ପାଖରେ ଜଣଙ୍କୁ ଅଟକାଇ ଯାଞ୍ଚ କରିବା ସମୟରେ ତାଙ୍କ ପାଖରେ ୧୦୪ ବୋତଲ  କଫସିରପ୍ ସହ ୨୫ଟି ନିଶାବଟିକା ମିଳିଥିଲା । ସେ ସବୁ ଜବତ କରି ସମ୍ପୃକ୍ତ ଯୁବକ ରାମୁଡ ଗାଁର ମକରନ୍ଦ ଗହୀରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ । ଏନେଇ ସୂଚନା ଦେଇଛନ୍ତି ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ ।

କୁମ୍ଭାରପଡାରେ ଜଳ ସମସ୍ୟା, ପାନୀୟ ଜଳ ଯୋଗାଣ ପାଇଁ ଦାବି

Comments are closed.