www.samajalive.in
Monday, December 15, 2025
14.1 C
Bhubaneswar

ମଞ୍ଚସ୍ଥ ହେଲା ନାଟକ ରାମ-ହନୁମାନଙ୍କ ଭେଟ ଓ ବାଳୀ ବଧ

ବୌଦ୍ଧ : ବୌଦ୍ଧର ଗଣପର୍ବ ରାମଲୀଳା ଯାତ୍ରା ମଙ୍ଗଳବାର ଦିନ ଷଷ୍ଠ ଦିବସରେ ପହଞ୍ଚିଛି। ପୌରାଣିକ କଥାବସ୍ତୁ ଆଧାରରେ ଷଷ୍ଠ ଦିବସରେ ବାଳୀ ବଧ ନାଟକ ମଞ୍ଚସ୍ଥ ହୋଇଛି। ଜଟାୟୁ ନିକଟରୁ ରାବଣ ଦ୍ୱାରା ସୀତାଙ୍କ ହରଣ ସୂଚନା ପାଇ ଶ୍ରୀରାମ ଓ ଲକ୍ଷ୍ମଣ ଦୁଃଖରେ ଭାଙ୍ଗି ପଡିଛନ୍ତି।

ସୂଚନା ଦେବାପରେ ଜଟାୟୁର ମୃତ୍ୟୁ ହୋଇଯିବାପରେ ତାର ଅନ୍ତିମ ସଂସ୍କାର କରି ଶ୍ରୀରାମ ଓ ଲକ୍ଷ୍ମଣ ଘୋର ଜଙ୍ଗଲ ମଧ୍ୟରେ ସୀତାଙ୍କ ସନ୍ଧାନରେ ବାହାରି କିସ୍କିନ୍ଧ୍ୟା ରାଜ୍ୟରେ ପହଞ୍ଚିଛନ୍ତି। ସେଠାରେ ପ୍ରଥମଥର ପାଇଁ ଭଗବାନ ଶ୍ରୀରାମ ଓ ପରମ ଭକ୍ତ ହନୁମାନଙ୍କ ମଧ୍ୟରେ ସାକ୍ଷାତ ହୋଇଛି। କିସ୍କିନ୍ଧ୍ୟାର ରାଜା ବାଳୀ ଦ୍ୱାରା ବିତାଡିତ ହୋଇ ସାନ ଭାଇ ସୁଗ୍ରୀବ ହୁନୁମାନଙ୍କ ସମେତ ନିଜର ବିଶ୍ୱସ୍ତ ସହଯୋଗୀମାନଙ୍କୁ ନେଇ ରୁଷ୍ୟମୁକ ପାହାଡରେ ଆଶ୍ରୟ ନେଇଛନ୍ତି।
ଜଣେ ତପସ୍ୱୀଙ୍କ ଅଭିଶାପ ଯୋଗୁଁ ବାଳୀ ରୁଷ୍ୟମୁକ ପାହାଡରେ ପ୍ରବେଶ କରିପାରୁନଥିବାରୁ ସୁଗ୍ରୀବ ସେଠାରେ ଆଶ୍ରୟ ନେଇଛନ୍ତି। ଶ୍ରୀରାମ ଓ ଲକ୍ଷ୍ମଣ ବନରେ ବୁଲିବୁଲି ରୁଷ୍ୟମୁକ ପାହାଡ ନିକଟରେ ପହଞ୍ଚିବା ପରେ ସୁଗ୍ରୀବ ପ୍ରଥମେ ସେମାନଙ୍କୁ ଦୂରରୁ ଦେଖି ଭୟଭୀତ ହୋଇଯାଇଛନ୍ତି।

- Advertisement -

ଶ୍ରୀରାମ ଓ ଲକ୍ଷ୍ମଣଙ୍କ ପରିଚୟ ଓ ଆସିବାର ଉଦ୍ଦେଶ୍ୟ ଜାଣିବା ପାଇଁ ସେ ହନୁମାନଙ୍କୁ ପ୍ରେରଣ କରିଛନ୍ତି। ଭକ୍ତ ହନୁମାନ ବ୍ରାହ୍ମଣ ବେଶରେ ଆସି ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ କିସ୍କିନ୍ଧ୍ୟା ଆଗମନର କାରଣ ଓ ସେମାନଙ୍କ ପରିଚୟ ପଚାରିଛନ୍ତି। ଶ୍ରୀରାମଙ୍କ ପରିଚୟ ପାଇବାପରେ ଭକ୍ତିରେ ଗଦଗଦ ହୋଇ ହନୁମାନ ନିଜକୁ ତାଙ୍କର ପାଦତଳେ ସମର୍ପି ଦେଇଛନ୍ତି।

ଏକ ଭାବାବେଗ ପରିବେଶ ମଧ୍ୟରେ ଭକ୍ତ ଓ ଭଗବାନଙ୍କ ଭେଟ ହେବାପରେ ହନୁମାନ ଶୀରାମ ଓ ଲକ୍ଷ୍ମଣଙ୍କୁ ସାଙ୍ଗରେ ନେଇ ରୁଷ୍ୟମୁକ ପର୍ବତକୁ ସୁଗ୍ରୀବଙ୍କ ନିକଟକୁ ନେଇ ଆସିଛନ୍ତି। ସୁଗ୍ରୀବଙ୍କ ନିକଟରୁ ଶ୍ରୀରାମ ଓ ଲକ୍ଷ୍ମଣ ବାଳୀ ଦ୍ୱାରା ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ସଂପର୍କରେ ଶୁଣିବାପରେ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି। ସୁଗ୍ରୀବ ମଧ୍ୟ ସୀତାଙ୍କୁ ଖୋଜିବାରେ ସହାୟତା କରିବାର ପ୍ରତିଶୃତି ଦେବା ସହିତ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ପ୍ରଗାଢ ହୋଇଛି।

ସୁଗ୍ରୀବଙ୍କ ନିକଟରୁ ବାଳୀ ସଂପର୍କରେ ସମସ୍ତ ସୂଚନା ପାଇବା ପରେ ଶ୍ରୀରାମ ବାଳୀକୁ କୌଶଳକ୍ରମେ ବଧ କରିଛନ୍ତି। ବାଳୀର ମୃତ୍ୟୁ ପରେ ସୁଗ୍ରୀବଙ୍କୁ କିସ୍କିନ୍ଧ୍ୟାର ସିଂହାସନରେ ଅଭିଷିକ୍ତ କରାଇ ଶ୍ରୀରାମ ଓ ଲକ୍ଷ୍ମଣ ବନବାସୀ ଜୀବନ ବିତାଇବାକୁ ପୁଣିଥରେ ରୁଷ୍ୟମୁକ ପାହାଡକୁ ଫେରିଆସିଛନ୍ତି।

ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଉକୃଷ୍ଟ ରଚନା ଓ ଭବାନିଶଙ୍କର ମହାପାତ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଶ୍ରୀରାମଲୀଳା ନାଟ୍ୟ ସଂସଦର କଳାକାରମାନେ ନିଖୁଣ ଭାବରେ ପୌରାଣିକ କଥାବସ୍ତୁ ଅନୁଯାୟୀ ଚରିତ୍ର ଗୁଡିକୁ ପ୍ରଦର୍ଶନ କରିଥିଲେ। ଏହା ସହ ରାମଳୀଳା ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବା ପାଇଁ କଚେରୀ ପଡିଆ ଠାରେ ମିନାବଜାର ଖୋଲାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories