ଅଶ୍ୱତଥ ବୃକ୍ଷ ମୂଳରେ ଦିଆଯାଉଛି ବଳି, ବନ୍ଦ ପାଇଁ ଜିଲା ପ୍ରଶାସନକୁ ଅନୁରୋଧ

ସମ୍ବଲପୁର: ସମ୍ବଲପୁରର ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ମାଁ ସମଲେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଅଶ୍ୱତଥ ବୃକ୍ଷ ମୂଳରେ ଦିଆଯାଉଥିବା ବଳିକୁ ବନ୍ଦ କରିବା ପାଇଁ ଜିଲା ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି। ମହାସଭା ପକ୍ଷରୁ ସୋମବାର ଦିଆଯାଇଥିବା ଅନୁରୋଧ ପତ୍ର ଅନୁଯାୟୀ, ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥ ଶ୍ରୀମଦ ଭଗବତ ଗୀତାର ଦଶମ ଅଧ୍ୟାୟର ଶ୍ଲୋକ ସଂଖ୍ୟା ୨୬ ଅନୁଯାୟୀ, ମୁଁ ସକଳ ବୃକ୍ଷଙ୍କ ମଧ୍ୟରେ ଅଶ୍ୱତଥ ବୃକ୍ଷ, ଦେବର୍ଷିମାନଙ୍କ ମଧ୍ୟରେ ନାରଦ ମୁନି, ଗନ୍ଧର୍ବମାନଙ୍କ ମଧ୍ୟରେ ଚିତରଥ ଓ ସିଦ୍ଧ ମାନଙ୍କ ମଧ୍ୟରେ କପିଳ ମୁନି ଅଟେ। ହିନ୍ଦୁ ଜନ ମାନସରେ ପିପଳ ବୃକ୍ଷକୁ ଶ୍ରଦ୍ଧାର ସହିତ ମାନସିକ ରଖି ଆସ୍ଥାର ସହ ବିଭିନ୍ନ ପୂଜା କରି ଆସୁଛନ୍ତି।

ବହୁ ପୁରାତନ କାଳରୁ ପ୍ରତ୍ୟେକ ଉପାସନା ପୀଠର ନିତିକାନ୍ତିକୁ ଭକ୍ତ ମାନେ ଶ୍ରଦ୍ଧାର ସହିତ ଗ୍ରହଣ କରିଥାନ୍ତି। ତେବେ ମାଁ ସମଲେଶ୍ୱରୀ ପୀଠରେ ଏହି ପ୍ରକାର ନୀତି ବିରୁଦ୍ଧ କର୍ମକୁ ଶ୍ରୀ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ଘୋର ବିରୋଧ କରିବା ସହିତ ତୁରନ୍ତ ପିପଳ ବୃକ୍ଷ ମୂଳରେ ଦିଆ ଯାଉଥିବା ବଳିର ସ୍ଥାନ ପରିବର୍ତ୍ତନ କରି ଶାସ୍ତ୍ରୋକ୍ତ ବିଧାନ ଅନୁଯାୟୀ ଯଜ୍ଞାନୁଷ୍ଠାନ କରି ବୃକ୍ଷର ପ୍ରଭୁତ୍ୱ ପୁନଃ ସ୍ଥାପିତ କରାଯାଉ ବୋଲି ଦାବି କରାଯାଇଛି। ଏହି ଅବସରରେ ମହାସଭାର ସଭାପତି ରବି ନାରାୟଣ ପଣ୍ଡାଙ୍କ ସମେତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Comments are closed.