ନୂଆଦିଲ୍ଲୀ: ଏକ ଜିବି ଡାଟାର ମୂଲ୍ୟ ମାତ୍ର ୫ଟଙ୍କା। ଏଭଳି ଲୋଭନୀୟ ଅଫର ନେଇ ବଜାରକୁ ପ୍ରବେଶ କରିଛି ଡେରି ମିଲ୍କ ନାମକ ଚକୋଲେଟ କମ୍ପାନୀ। ରିଲାଏନ୍ସ ଜିଓ କମ୍ପାନୀ ସର୍ବନିମ୍ନ ୨୧ଟଙ୍କାରେ ୧ଜିବି ଡାଟା ପ୍ରଦାନ କରୁଥିବାବେଳେ ମାତ୍ର ୫ଟଙ୍କାରେ ୧ଜିବି ଡାଟା ଆପଣଙ୍କୁ ଚକିତ କରୁଥିବ ନିଶ୍ଚିତ। ତେବେ ଜାଣନ୍ତୁ କିପରି ମିଳିବ ୫ଟଙ୍କାରେ ୧ଜିବି ଡାଟା।
୫ଟଙ୍କାରେ ୧ଜିବି ଡାଟା କିଣିବାକୁ ହେଲେ ଆପଣଙ୍କୁ ୫ଟଙ୍କା ମୂଲ୍ୟର ଡାଇରି ମିଲ୍କର କ୍ୟାଡ଼ବେରୀ ବଜାରରୁ କିଣିବାକୁ ପଡ଼ିବ। ଏହି କ୍ୟାଡବେରୀ ଭିତରେ ଥିବା କୋଡ଼କୁ ଏସଏମଏସ କଲେ ରିଲାଏନ୍ସ ଜିଓ ଆପଣଙ୍କୁ ପ୍ରଦାନ କରିବ ୧ଜିବି ଡାଟା। ଅର୍ଥାତ ଆପଣ କ୍ୟାଡ଼ବେରୀ ଖାଇବା ସହ ୧ଜିବି ଡାଟା ମଧ୍ୟ ପାଉଛନ୍ତି ମାତ୍ର ୫ଟଙ୍କାରେ।
୫ଟଙ୍କାରେ ୧ଜିବି ଡାଟା
Popular Categories



