www.samajalive.in
Saturday, December 6, 2025
14.1 C
Bhubaneswar

ସେଣ୍ଟା’ ସହାୟତାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବ ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବଇ .- ଶିକ୍ଷାଦାନରେ ନିଯୁକ୍ତି ସୁଯୋଗ, ପୁରସ୍କାର ଏବଂ ସ୍ୱୀକୃତି ପ୍ରଦାନ ଉଦ୍ଦେଶ୍ୟରେ ଭାରତରେ ଓ ଭାରତ ବାହାରେ ପ୍ରଗତିଶୀଳ ଅନୁଷ୍ଠାନ ଭାବେ କାମ କରୁଥିବା ଘରୋଇ ଶିକ୍ଷକ ସାର୍ଟିଫିକେସନ ସଂସ୍ଥା ସେଣ୍ଟର ଫର୍‍ ଟିଚର୍‍ ଆର୍କିଡିଏସନ (ସେଣ୍ଟା) ସହ ରିଲାଏନ୍ସ ଫାଉଣ୍ଡେସନ ସହଭାଗିତା ରାଜିନାମା ସ୍ୱାକ୍ଷର କରିଛି।

ଏହି ସହଭାଗିତାର ଅଂଶ ସ୍ୱରୂପ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ବାର୍ଷିକ ଜାତୀୟ ପ୍ରତିଯୋଗିତା ସେଣ୍ଟା ଟିଚିଂ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ) ପାଇଁ ରିଲାଏନ୍ସ ଫାଉଣ୍ଡେସନ ପ୍ରମୁଖ ପ୍ରାୟୋଜକ ହୋଇଛି। ଏହାର ଚତୁର୍ଥ ସଂସ୍କରଣ ୨୦୧୮ ଡିସେମ୍ବର ୮ ତାରିଖ (ଶନିବାର) ଭାରତର ୪୬ଟି ସହର ସମେତ ଦୁବାଇ ଏବଂ ଆବୁଧାବିରେ ଆୟୋଜିତ ହେବ। ଟିପିଓ-୨୦୧୮ ପ୍ରାଥମିକଠାରୁ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ୨୧ଟି ବିଷୟରେ ଉପଲବ୍ଧ। ତେବେ ମଧ୍ୟ ଇଂରାଜୀ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶ୍ରେଣୀ ପାଇଁ ଏହା ଏବେ ଇଂରାଜୀ ମାଧ୍ୟମରେ ଉପଲବ୍ଧ। ଏଥିସହ ପ୍ରାଥମିକ ସ୍କୁଲ ଟେଷ୍ଟ ଟ୍ରାକ୍‍ ଇଂରାଜୀ, ହିନ୍ଦୀ, କନ୍ନଡ଼, ମରାଠୀ, ତାମିଲ ଏବଂ ତେଲଗୁ ମାଧ୍ୟମରେ ଉପଲବ୍ଧ ହେବ।

- Advertisement -

ଏହି ଜାତୀୟ ପ୍ରତିଯୋଗିତାର ୧୦୦୦ ବିଜେତାଙ୍କୁ ରିଲାଏନ୍ସ ଫାଉଣ୍ଡେସନ ଶିକ୍ଷକ ପୁରସ୍କାର ପାଇଁ ବିବେଚନାକୁ ନିଆଯିବ- ପ୍ରତ୍ୟେକଙ୍କୁ ନଗଦ ରାଶି ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯିବ।

ରିଲାଏନ୍ସ ଗ୍ରୁପ୍‍ ଶିକ୍ଷା କ୍ଷେତ୍ରରେ ଏକାଧିକ ପଦକ୍ଷେପ ହାତକୁ ନେଇଛି – ଏଡ୍‍-ଟେକ୍‍ ପ୍ଲାଟ୍‍ଫର୍ମ ଜିଓ ଏମ୍‍ବାଇଡ୍‍, ଧୀରୁଭାଇ ଅମ୍ବାନି ଇଣ୍ଟରନ୍ୟାସନାଲ୍‍ ସ୍କୁଲ, ରିଲାଏନ୍ସ ଫାଉଣ୍ଡେସନ ସ୍କୁଲ, ପ୍ରତିଷ୍ଠା ହେବାକୁ ଥିବା ଜିଓ ବିଶ୍ୱବିଦ୍ୟାଳୟ ଆଦି ଏଥିରେ ଅନ୍ତର୍ଭୁକ୍ତ। ସହଭାଗିତା ମାଧ୍ୟମରେ ରିଲାଏନ୍ସ ଫାଉଣ୍ଡେସନ ଏହି ପରସରର ପ୍ରମୁଖ ଭାଗିଦାର ଅର୍ଥାତ୍‍ ଶିକ୍ଷମାନଙ୍କୁ ସହଯୋଗ ଦେବାକୁ ଲକ୍ଷ୍ୟ ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories