www.samajalive.in
Saturday, December 6, 2025
15.1 C
Bhubaneswar

ସୂର୍ୟ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଦାଵିରେ ବିକ୍ଷୋଭ ଓ ଗଣଧାରଣା

କୋଣାର୍କ : ଵିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ୟ୍ୟ ମନ୍ଦିରର ସୁରକ୍ଷା, ସଂରକ୍ଷଣ, ପାରିପାର୍ଶ୍ବିକ ବିକାଶ ଓ ରକ୍ଷଣାବେକ୍ଷଣ ସଠିକ ଭାବରେ ହେଉନାହଁ  । କୋଣାର୍କ ସୂର୍ୟ୍ୟମନ୍ଦିର ଦାୟିତ୍ୱରେ ଥିବା କେନ୍ଦ୍ରସରକାରଙ୍କ ଏଏସଆଇ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରୁଛନ୍ତି । ବିଶ୍ୱ ଐତିହ ପ୍ରତି ବିପଦକୁ ଉପଲବ୍ଧି କରି ଏହାର ସୁରକ୍ଷା ନିମନ୍ତେ ଶନିବାର ପୂର୍ବାହ୍ନ ୧୦ଟା ସମୟରେ କୋଣାର୍କ ସୂର୍ୟ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଏକ ଵିଶାଳ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେରେ ସମିତିର ବରିଷ୍ଠ ଉପଦେଷ୍ଟା ଦିବାକର ନାୟକ, ଆଵାହକ ଭାଗିରଥି ସ୍ଵାଇଁ, ସମିତିର ସଂପାଦକ ରାମକୃଷ୍ଣ ମହାନ୍ତି, ଵାଵା ଶକ୍ତିଦେବ ଶତପଥୀ, ରମେଶ ଚନ୍ଦ୍ର ନାୟକ, ପ୍ରିୟରଂଜନ ରଥ ସମେତ ଶତାଧିକ ମହିଳା ଓ ପୁରୁଷ ସଦସ୍ୟ ଯୋଗ ଦେଇଛନ୍ତି । କୋଣାର୍କ ସୂର୍ୟ୍ୟ ମନ୍ଦିର ପ୍ରବେଶ ଶ୍ଳୁକ ବାବଦ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ମଧ୍ୟ ସୂର୍ୟ୍ୟମନ୍ଦିର ପ୍ରତି ଏଏସଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପ୍ରାଚୀନ କଳାକୃତି ଦିନକୁ ଦିନ ନଷ୍ଟ ହେବା ସହ ଵିଭାଗୀୟ ଉଦାସୀନତା ଯୋଗୁଁ ସୂର୍ୟ୍ୟ ମନ୍ଦିରର ସଠିକ ଭାବରେ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ହୋଇପାରୁ ନଥିବାରୁ ଧ୍ଵଂସାଭିମୁଖୀ ଆଗକୁ ମୁହାଁଉଥିବା ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏନେଇ ସମିତିର କର୍ମକର୍ତ୍ତା ଓ ସଦସ୍ୟମାନେ ଏଏସଆଇ କର୍ତ୍ତୃପକ୍ଷଙ୍କ ର ସୂର୍ୟ୍ୟ ମନ୍ଦିର ପ୍ରତି କ୍ରମାଗତ ଅବହେଳା ନୀତିର ଦୃଢ ଵିରୋଧ କରିବା, ଏହାର ସଠିକ ରକ୍ଷଣାବେକ୍ଷଣ ଓ ମରାମତି ନିମନ୍ତେ ଗୋପ ତହସିଲଦାର ଦିବାକର ସାମନ୍ତରାୟଙ୍କ ମାଧ୍ୟମରେ ଏଏସଆଇ ମହାନିର୍ଦ୍ଦେଶକ, କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories