www.samajalive.in
Saturday, December 6, 2025
16.1 C
Bhubaneswar

ଧାନ ମଣ୍ଡି ଖୋଲିବାକୁ ଦାବି

କଳାପଥର(ବାଙ୍କୀ): ବାଙ୍କୀ ଉପଖଣ୍ଡରେ ଥିବା ବିଭିନ୍ନ ସେବା ସମବାୟ ସମିତି ଜରିଆରେ ଗତ କିଛି ବର୍ଷ ହେଲା ସରକାରୀ ଭାବରେ ଚାଷୀ ମାନଙ୍କ ଠାରୁ ଧାନ କିଣା ଯାଉଛି। ଚଳିତ ବର୍ଷ ଖରିଫ ଋତୁରେ ଏହି ଅଞ୍ଚଳର ଚାଷୀମାନେ ଧାନ ବୁଣିଥିବା ବେଳେ ସେମାନଙ୍କ ଠାରୁ ଧାନ କିଣିବା ପାଇଁ ଏପର୍ଯ୍ୟନ୍ତ କୈାଣସି ସ୍ଥାନରେ ଧାନ ମଣ୍ଡି ଖୋଲାଯାଇ ନାହିଁ। ସରକାର ଚଳିତ ମାସ ୧ ତାରିଖରୁ ପ୍ରତେକ ଅଞ୍ଚଳରେ ଧାନ ମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିବାବେଳେ ବାଙ୍କୀ ଉପଖଣ୍ଡରେ ଏଯାବତ କେଉଁ ସ୍ଥାନରେ କେତୋଟି ଧାନ ମଣ୍ଡି ଖୋଲିବ ସେନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ବେପାରୀମାନେ ଧାନ କିଣିବାପାଇଁ ଚାଷୀ ମାନଙ୍କ ପାଖରେ ପହଞ୍ଚି ଆଗୁଆ ଟଙ୍କା ଦେଉଥିବା ବେଳେ ସରକାରୀ ଭାବରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦେଖିବାକୁ ମିଳିଛି ଯେ, ବେପାରୀମାନେ ଚାଷୀମାନଙ୍କ ଠାରୁ କୁଇଣ୍ଟାଲ ପିଛା ୧୩୫୦ ଟଙ୍କାରେ ଧାନ କିଣିବା ପାଇଁ ଲାଗି ପଡିଛନ୍ତି। ଅଞ୍ଚଳରୁ ବେପାରୀମାନେ ଧାନ ସଂଗ୍ରହ କରି ନେଇ ସାରିଲା ପରେ ସରକାର ଧାନମଣ୍ଡି ଖୋଲିଲେ ସେତେବେଳକୁ ଚାଷୀମାନଙ୍କ ପାଖରେ ଆଉ ଧାନ ନଥିବ। ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଧାନ ମଣ୍ଡି ଖୋଲିବା ପାଇଁ ବିଭିନ୍ନ ଅଞ୍ଚଳର ଚାଷୀମାନେ ଦାବିକରିଛନ୍ତି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories