www.samajalive.in
Monday, December 15, 2025
24.1 C
Bhubaneswar

୪.୯%କୁ ଖସିଲା ଖୁଚୁରା ମୁଦ୍ରାସ୍ଫିତି

ଡେସ୍କ: କେନ୍ଦ୍ର ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ଯୋଗୁ ଖୁଚୁରା ମୁଦ୍ରାସ୍ଫିତି ୪.୯%କୁ ହ୍ରାସ ପାଇଛି। ୨୦୨୪ରେ ଖୁଚୁରା ମୁଦ୍ରାସ୍ଫିତି ୫.୪ % ଥିଲା ଓ ଏହା ଆର୍ଥିକ ବର୍ଷ ୨୦୨୫ରେ ୪.୯ %କୁ ହ୍ରାସ ପାଇଛି। ଆଜି ସଂସଦରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ମୁଖ୍ୟ ସେବା ଓ ଇନ୍ଧନ ମୂଲ୍ୟ ମୁଦ୍ରାସ୍ଫିତି ହ୍ରାସ ପାଇବା ଫଳରେ ମୂଳ ମୁଦ୍ରାସ୍ପିତି ହ୍ରାସ ପାଇଛି। ଅନ୍ୟପକ୍ଷରେ ଉତ୍ପାଦନ ହ୍ରାସ କାରଣରୁ ସୀମିତ ଯୋଗାଣ ହେତୁ ମୂଲ୍ୟ ନିୟନ୍ତ୍ରଣ ପାଇଁ ସରକାରଙ୍କ ଦ୍ୱାରା ତ୍ୱରିତ ପଦକ୍ଷେପ ସତ୍ତ୍ୱେ, ଆର୍ଥିକ ବର୍ଷ ୨୦୨୪ ଏବଂ ଚଳିତ ବର୍ଷରେ ପିଆଜର ମୁଦ୍ରାସ୍ଫିତି ଚାପ ସ୍ଥିର ରହିଥିଲା ବୋଲି ସର୍ଭେରେ କୁହାଯାଇଛି। ୨୦୨୨-୨୩ ଏବଂ ୨୦୨୩-୨୪ରେ କମ୍ ଉତ୍ପାଦନ ଫଳସ୍ୱରୂପ ଆର୍ଥିକ ବର୍ଷ ୨୦୨୪ ଏବଂ ଆର୍ଥିକ ବର୍ଷ ୨୦୨୫ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ପିଆଜର ମୁଦ୍ରାସ୍ଫିତି ଚାପ ସୃଷ୍ଟି କରିଛି। ସୀମିତ ଯୋଗାଣ କାରଣରୁ ଆର୍ଥିକ ବର୍ଷ ୨୦୨୩ ପରଠାରୁ ବିଲାତି ବାଇଗଣ ମୂଲ୍ୟର ଚାପ ମଧ୍ୟବର୍ତ୍ତୀକାଳୀନ ଭାବେ ଅଧିକ ରହିଥିଲା।

- Advertisement -

ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷ ଭାରତ ୭.୭ ଲକ୍ଷ ଟନ୍ ହରଡ଼ ଆମଦାନୀ କରିଛି। ରିଜର୍ଭ ବ୍ୟାଙ୍କ ଆକଳନ ଅନୁଯାୟୀ, ୨୦୨୬ରେ ମୁଦ୍ରାସ୍ପିତି ୪.୨% ରହିବ। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଭାରତ ପାଇଁ ଆର୍ଥିକ ବର୍ଷ ୨୦୨୫ରେ ମୁଦ୍ରାସ୍ଫିତି ହାର ୪.୪% ଏବଂ ଆର୍ଥିକ ବର୍ଷ ୨୦୨୬ରେ ୪.୧ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories