www.samajalive.in
Sunday, December 7, 2025
23.1 C
Bhubaneswar

ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ତାଲିମ ଶିବିର

ପାଟଣା :  ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବରେଡକ୍ରସ ସ୍ୱେଚ୍ଛାସେବୀଙ୍କର ତିନିଦିନିଆ ଶିକ୍ଷା ଓ ତାଲିମ ଶିବିର ୨୬ ତାରିଖରୁ ଆରମ୍ଭ ହୋଇଛି । ଏହାକୁ ବରିଷ୍ଠ ପ୍ରାଧ୍ୟାପକ ପ୍ରଶନ୍ନ କୁମାର ପତି ରେଡକ୍ରସ ପତାକା ଉତ୍ତୋଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ସୁରେଶ କୁମାର ଆଚାର୍ୟ୍ୟ, ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ଅନାମ ଚରଣ ବେହେରା, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ସନ୍ତୋଷୀ ମା ଡିଗ୍ରୀ କଲେଜର ଅଧ୍ୟାପକ ହିମାଂଶୁ ଶେଖର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ରେଡକ୍ରସର ଆଭିମୁଖ୍ୟ ,ଉଦ୍ଦେଶ୍ୟ ଏବଂ କିପରି ପ୍ରତିକୂଳ ପରିବେଶରେ ରେଡକ୍ରସ ଲୋକମାନଙ୍କୁ ସହାୟତା କରେ ତା ବିଷୟରେ ସ୍ୱେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇଥିଲେ । ପରାମର୍ଶଦାତା ପ୍ରାଧ୍ୟାପକ ଡକ୍ଟର କୁଳମଣୀ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଅତିଥି ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ବନ୍ଧୁମାନଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ସୁଧାଂଶୁ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ତିନିଦିନ ଧରି ଚାଲିବାକୁ ଥିବା ଏହି ତାଲିମ ଶିବିରରେ ପ୍ରଥମ ଦିନ ସଂଶାଧନ କର୍ମୀ ଭାବେ ପଦ୍ମପୁର ଆଂଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୁରେଶ କୁମାର ଆଚାର୍ୟ୍ୟ ଯୋଗଦେଇ ରେଡକ୍ରସର ଇତିହାସ ମୌଳିକ ନିୟମ ଓ ବର୍ତମାନର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ୟ୍ୟାୟରେ ଡକ୍ଟର ନୀଳାଦ୍ରୀ ମିଶ୍ର ସ୍ୱେଚ୍ଛାକୃତ ରକ୍ତଦାନ ଓ ଏହାର ମାନବୀୟ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ । ଅପରାହ୍ନରେ ତର୍କ ଓ ପ୍ରବନ୍ଧ ପ୍ରତିଯୋଗୀତା ହୋଇଥିଲା । ଏଥିରେ ନିଜ ଅନୁଷ୍ଠାନ ର ସ୍ୱେଚ୍ଛାସେବୀ ସହ ସନ୍ତୋଷୀ ମା ରିଜିଓନାଲ ଡିଗ୍ରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଝାରବେଲଦା ବିଘ୍ନବିନାୟକ ଡିଗ୍ରୀ କଲେଜ, ଖିରେଇଟାଙ୍ଗିରୀ , ଦଧିବାମନ ଡିଗ୍ରୀ କଲେଜର ସ୍ୱେଚ୍ଛାସେବୀ ଯୋଗ ଦେଇଛନ୍ତି । ଏହି କାର୍ୟ୍ୟକ୍ରମକୁ ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ସହଯୋଗ କରିଥିଲେ । ସୁଧାଂଶୁ ସାହୁ, ରମେଶ ସାହୁ, ସୁନୀଲ ପ୍ରଧାନ , ରାଜେନ୍ଦ୍ର ମହାନ୍ତ, ଜଗଦୀଶ ସାହୁ, ମଦନମୋହନ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories