www.samajalive.in
Sunday, December 7, 2025
23.1 C
Bhubaneswar

ମୁମ୍ବାଇ ପୁଲିସକୁ ବିଦ୍ରୋହୀ ବିଧାୟକଙ୍କ ଚିଠି; କଂଗ୍ରେସ ନେତାଙ୍କଠାରୁ ବିପଦ ଥିବାରୁ ସୁରକ୍ଷା ଦିଅ

ମୁମ୍ବାଇ: ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲରେ ରହୁଥିବା କର୍ଣ୍ଣାଟକର ୧୪ ବିଦ୍ରୋହୀ ବିଧାୟକ ପୁଲିସକୁ ଚିଠି ଲେଖି ପୁଣି ଥରେ ସୁରକ୍ଷା ଲୋଡ଼ିଛନ୍ତି। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର କଂଗ୍ରେସର ନେତାଙ୍କ ସମେତ ମଲିକାର୍ଜୁନ ଖାର୍ଗେ ଏବଂ ଗୁଲାମନବୀ ଆଜାଦଙ୍କଠାରୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ବିଧାୟକମାନେ ଚିଠିରେ ଦର୍ଶାଇଛନ୍ତି। ବିଧାୟକମାନେ ଲେଖିଛନ୍ତି ଯେ, ମଲିକାର୍ଜୁନ ଖାର୍ଗେ ଏବଂ ଗୁଲାମନବୀ ଆଜାଦ କିମ୍ବା ଦୁଇ ରାଜ୍ୟର କୌଣସି କଂଗ୍ରେସ ନେତାଙ୍କୁ ଭେଟିବା ପାଇଁ ସେମାନଙ୍କର ଆଦୌ ଉଦ୍ଦେଶ୍ୟ ନାହିଁ। କାରଣ ଆମ ପ୍ରତି ସେମାନଙ୍କଠାରୁ ବିପଦ ରହିଛି। ମୁମ୍ବାଇର ପୋୱାଇ ଥାନାକୁ ବିଧାୟକମାନେ ଏହି ଚିଠି ଲେଖିଛନ୍ତି। କଂଗ୍ରେସର ନେତାମାନେ ଯେପରି ଆମ ନିକଟକୁ ଆସି ନ ପାରିବେ ସେଥିଲାଗି ଆବଶ୍ୟକ ବ୍ୟବସ୍ଥା କରିବାକୁ ବିଧାୟକମାନେ ଚିଠିରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ, କର୍ଣ୍ଣାଟକର କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ ୧୩ କଂଗ୍ରେସ ଏବଂ ୩ ଜେଡିଏସ ବିଧାୟକ ଇସ୍ତଫା ଦେବା ପରେ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ବିଜେପି ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀଙ୍କ ଇସ୍ତଫା ଦାବି କରିଛି। ଏହା ଭିତରେ ସୋମବାର ବିଜେପି କୁମାରସ୍ବାମୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ। ମେଣ୍ଟ ସରକାର ଏଥିରେ ନିଜ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାରେ ବିଫଳ ହେଲେ ସରକାର ଭାଙ୍ଗିଯିବ। ତେଣୁ ଏହା ପୂର୍ବରୁ କଂଗ୍ରେସ ନେତାମାନେ ଅସନ୍ତୁଷ୍ଟ ବିଧାୟକଙ୍କୁ ବୁଝାଇବାକୁ ଉଦ୍ୟମ କରୁଥିବାବେଳେ ସେମାନେ ତାହାକୁ ପଣ୍ଡ କରିଦେଇଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories