www.samajalive.in
Tuesday, December 9, 2025
23.1 C
Bhubaneswar

ଏନଏସି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କେନ୍ଦ୍ର ସରକାରଙ୍କ ଉଜ୍ଜ୍ଵଳା ଯୋଜନା, ମହିଳା ଅସନ୍ତୋଷ

ରେଙ୍ଗାଲିକ୍ୟାମ୍ପ: ବର୍ତ୍ତମାନ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍ ଧରିଥିବା ବେଳେ ଭୋଟରମାନଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ଉଠିଛି କେନ୍ଦ୍ର ସରକାରଙ୍କ ଉଜ୍ଜ୍ଵଳା ଯୋଜନା । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାମାନଙ୍କୁ ମାଗଣା ରନ୍ଧନ ଗ୍ୟାସ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଉଜ୍ଜ୍ଵଳା ଯୋଜନା ରହିଥିଲା। କୌଣସି ଘରେ ଆଉ କାଠ ଚୁଲି ଜଳିବ ନାହିଁ ବୋଲି କେନ୍ଦ୍ର ସରକାର ଡିଣ୍ଡିମ ପିଟିଥିଲେ। ଗରିବ ବସ୍ତି ଅଞ୍ଚଳ ତଥା ଖଟିଖିଆମାନଙ୍କ ଆଖିରେ ଏକ ବଡ଼ ସପ୍ନ ଦେଖାଇଥିଲେ ସରକାର। ଏହି ଯୋଜନାରେ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଛନ୍ତି ବୋଲି ପ୍ରଚାର କରାଯାଉଛି। କିନ୍ତୁ ଅସଲ ଚିତ୍ର ସମ୍ପୂର୍ଣ୍ଣ ଓଲଟା ପଡ଼ିଥିବା ଭୋଟରମାନେ ପ୍ରକାଶ କରିଛନ୍ତି। ଲୋକଙ୍କୁ କେବଳ ଭୁଆଁ ବୁଲାଇବା ଛଡ଼ା ଅନ୍ୟ କିଛି ନୁହେଁ । ପ୍ରଥମେ ବିନା ସିକ୍ୟୁରିଟିରେ ଅର୍ଥାତ୍ ଚୁଲାର ମୂଲ୍ୟ ୯୬୪ ଟଙ୍କା ଓ ଗୋଟିଏ ଗ୍ୟାସ ଭର୍ତ୍ତି ହୋଇଥିବା ସିଲିଣ୍ଡର ମୋଟ ୧୯୫୪ ଟଙ୍କା ପ୍ରଥମେ ନ ଦେଇ ଗ୍ୟାସ ଯୋଗାଇ ଦିଆଗଲା ହିତାଧିକାରୀମାନଙ୍କୁ। କିନ୍ତୁ ପରବର୍ତ୍ତୀ ସମୟରେ ବିନା ପଇସାରେ ଆଉ ଗ୍ୟାସ ମିଳିଲା ନାହିଁ। ହିତାଧିକାରୀମାନେ ଯେଉଁ ପଇସା ଦେଇ ଗ୍ୟାସ କିଣିଲେ, ତାର ସବସିଡି ଗଲା ସରକାରଙ୍କ ପାଖକୁ। ଜଣାପଡ଼ୁଛି ଯେ, ଯେଉଁ ଦିନ ଏହି ସବସିଡି ପଇସା କଟି କଟି ସମତୁଲ୍ୟ ସିକ୍ୟୁରିଟି ମୂଲ୍ୟ ସହ ସମାନ ହୋଇଯିବ, ସେହିଦିନଠାରୁ ଗ୍ୟାସ କିଣିଲେ ହିତାଧିକାରୀଙ୍କ ପାଖକୁ ଯିବ ୩୮ ଟଙ୍କା ସବସିଡି ମୂଲ୍ୟ । ତେବେ ଏହା ମାଗଣା ନା ଆଉ କଣ ତାହା ବେଶ୍ ଅନୁମେୟ ।

ଫଳରେ ଏହି ଉଜ୍ଜ୍ଵଳା ଯୋଜନାରେ ଅନ୍ତର୍ଭୁକ୍ତ ମହିଳାମାନଙ୍କ ଅବସ୍ଥା ଯଥା ପୂର୍ବମ୍ ତଥା ପରମ୍ ହୋଇ ରହିଛି। ସେମାନେ ପୁଣି ସେହି କାଠ ଚୁଲି ଉପରେ ନିର୍ଭର ନକଲେ ରୋଷେଇ ବନ୍ଦ ହେଉଛି। ଏପଟେ ଗଛ କାଟିବା ମନା । ଆଇନ୍ ବିରୁଦ୍ଧ। ସକାଳ ହେଲେ ଘରର ମହିଳାମାନଙ୍କ ମୁଣ୍ଡରେ କାଠ ଖୋଜା ଚିନ୍ତା ମାଡି ବସୁଛି। ଘର ଭିତରେ କେନ୍ଦ୍ର ସରକାରଙ୍କ ଗ୍ୟାସ ସିଲିଣ୍ଡର ଗଡୁଛି। ଏହି ଯୋଜନାର ୮୫ ପ୍ରତିଶତ ମହିଳା ଆଉ ଗ୍ୟାସ କିଣିପାରୁ ନାହାନ୍ତି। ତେବେ ଏହି ଗରିବ ମହିଳାଙ୍କୁ ଦେଖିଲେ ଲାଗୁଛି ଯେପରି ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଗରିବ ମହିଳାଙ୍କ ଦାରିଦ୍ର୍ୟ ଅବସ୍ଥା, ତାଙ୍କର ମାନସିକତାକୁ ଥଟ୍ଟା ପରିହାସ କରିଛନ୍ତି । ଏନେଇ ମହିଳାମାନେ ବେଶ୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାର ପ୍ରଭାବ ଏହି ଏନଏସି ନିର୍ବାଚନରେ ମଧ୍ୟ ପଡ଼ୁଥିବା ଦେଖାଯାଉଛି। ଏହି ଯୋଜନାର ହିତାଧିକାରୀ ଗରିବ ମହିଳା କହୁଛନ୍ତି, ସରକାର ଉଜ୍ଜ୍ଵଳା ଯୋଜନାରେ ମାଗଣାରେ ଗ୍ୟାସ ଦେବେ କହି ଆମକୁ ଠକି ଦେଲେ। ପରିବାର ଚଳାଇବା ଯାହା ପାଇଁ କଷ୍ଟ, ସେ ପୁଣି ଗ୍ୟାସ କିଣି ରୋଷେଇ କରିବା ପ୍ରକୃତରେ ଦୁଃସହ । କିନ୍ତୁ କେନ୍ଦ୍ର ସରକାର ଏକଥା ବୁଝିପାରି ନଥିବା କ୍ଷୋଭର ବିଷୟ। ଆଜି ମହିଳାମାନେ ମୁଣ୍ଡରେ ଜାଳେଣି କାଠ ବୋହି ଆଣୁଥିବା ଦୃଶ୍ୟ ବାଖାଣୁଛି ଉଜ୍ଜ୍ଵଳା ଯୋଜନା କଥା। ତେବେ ଗ୍ୟାସ ଦର ବୃଦ୍ଧି ସହିତ ଉଜ୍ଜ୍ଵଳା ଯୋଜନା ବାଟବଣା ହେବା, ଏହି ନିର୍ବାଚନ ଉପରେ ବେଶ୍ ପ୍ରଭାବ ପକାଇବାର ସମ୍ଭାବନା ଦେଖାଦେଇଛି ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories