www.samajalive.in
Sunday, December 7, 2025
26.1 C
Bhubaneswar

ଶେଷ ହେଲା ସବୁ ଅପେକ୍ଷା.. ମାତ୍ର ଏତିକି ଟଙ୍କାରେ ଖୁବ୍‌ ଶୀଘ୍ର ଲଞ୍ଚ ହେବ ରିଅଲମିର ଦମଦାର୍‌ ଫିଚରର ୫ଜି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ : ରିଅଲମି ଖୁବ୍‌ ଶୀଘ୍ର ଭାରତରେ ନିଜର ଆଉ ୨ଟି ୫ଜି ସ୍ମାର୍ଟଫୋନ୍‌ ଲଞ୍ଚ କରିବାକୁ ଯାଉଛି । ଏହି ୨ଟି ଫୋନ୍‌ ରିଅଲମି ୧୫ ଓ ରିଅଲମି ୧୫ ପ୍ରୋ ନାମରେ ଲଞ୍ଚ କରାଯିବ । ଏନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଫୋନ୍‌ ରିଅଲିମି ୧୪ ଓ ରିଅଲମି ୧୪ ପ୍ରୋର ଅପଗ୍ରେଡ୍‌ ବୋଲି କୁହାଯାଉଛି । ଏହି ସ୍ମାର୍ଟଫୋନ୍‌ ୬,୩୦୦ଏମଏଏଚର ଦମଦାର୍‌ ବ୍ୟାରେଟରୀ ସମେତ ଅନେକ ଜବରଦସ୍ତ ଫିଚର ସହ ଲଞ୍ଚ କରାଯିବ।

ରିଅଲମି ନିଜର ଅଫିସିଆଲ ଏକ୍ସରେ ଏହି ସିରିଜର ଲଞ୍ଚ ନେଇ ସ୍ପଷ୍ଟତା ରଖିଛି । ମାତ୍ର ଲଞ୍ଚର ତାରିଖ ଏବେ ସାମ୍ନାକୁ ଆସି ନାହିଁ । ମାତ୍ର ଜୁଲାଇ ୨ୟ ସପ୍ତାହରେ ଲଞ୍ଚ ହେବାର ରହିଛି । କମ୍ପାନୀ ଏହାକୁ ଏଆଇ ପାର୍ଟି ଫୋନ୍‌ର ନାମରେ ମଧ୍ୟ ଟିଜ୍‌ କରାଯାଇଛି ।

- Advertisement -

ରିଅଲମି ୧୫ ଓ ରିଅଲମି ୧୫ ପ୍ରୋର ଲୁକ୍‌ ଓ ଡିଜାଇନ୍‌ ପ୍ରାୟ ସମାନ । ଏହା ବ୍ୟତୀତ ଏହାର ଅନେକ ଫିଚର ମଧ୍ୟ ଏକାଭଳି ବୋଲି କୁହାଯାଉଛି । ଏହି ସିରିଜ୍‌ର ପ୍ରୋ ମଡେଲ୍‌କୁ ୪ ଷ୍ଟୋରେଜ ଭାରିଆଣ୍ଟ-୮ଜିବି ର‌୍ୟାମ୍‌+୧୨୮ଜିବି, ୮ଜିବି ର‌୍ୟାମ୍‌+୧୫୬ଜିବି, ୧୨ଜିବି ର‌୍ୟାମ୍‌+୨୫୬ ଜିବି ଓ ୧୨ଜିବି ର‌୍ୟାମ୍‌+୫୧୨ଜିବିରେ ମାର୍କେଟକୁ ଆସିବ। ଏହା ସିଲଭର୍‌, ସିଲ୍କ ପର୍ପଲ୍‌ ଓ ଭେଲବେଟ୍‌ ସବୁଜ ରଙ୍ଗରେ ଲଞ୍ଚ କରାଯିବ।

ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ରାଜଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ କୋଟିପତି, କିଣିବେ ଘର, ଗାଡି, ହେବେ ଭାଗ୍ୟଶାଳୀ..

ରିଅଲମି ୧୫କୁ ମଧ୍ୟ ୪ ଷ୍ଟୋରେଜ ଭାରିଆଣ୍ଟରେ ପ୍ରଦର୍ଶନ କରାଯିବ। ଏହି ଫୋନ୍‌ ମଧ୍ୟ ସିଲଭର୍‌, ସିଲ୍କ ପର୍ପଲ୍‌ ଓ ଭେଲବେଟ୍‌ ସବୁଜ ରଙ୍ଗରେ ଲଞ୍ଚ କରାଯିବ। ଏହାର ଦାମ୍‌ ୧୮,୦୦୦ ଟଙ୍କାରୁ ଆରମ୍ଭ ହୋଇ ୨୦,୦୦୦ ଟଙ୍କା ମଧ୍ୟରେ ହେବ ବୋଲି ଜଣାପଡିଛି। ଫୋନ୍‌ରେ ୬,୩୦୦ ଏମଏଏଚର ବ୍ୟାଟେରୀ, ୮୦ ୱାଟ ଷ୍ଟାଟ ଚାର୍ଜିଙ୍ଗ୍‌ ସମେତ ଅନେକ ଦମଦାର୍‌ ଫିଚର ମଧ୍ୟ ରହିଛି । ଏହି ୨ଟି ଫୋନ୍‌ Android 15 ଉପରେ ଆଧାରିତ ରିଅଲମି ୟୁଆଇ୬ରେ କାମ କରିବ ।

ଦେଖନ୍ତୁ ଛାତିଥରା ଭିଡିଓ ; ରାସ୍ତାରେ ବୃଦ୍ଧଙ୍କୁ କଚାଡି କଚାଡି ମାରିଲା ଷଣ୍ଢ

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories