ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାସିକ ଜିଲା ମାଲେଗାଓଁରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଆଶ୍ଚର୍ଯ୍ୟ ସହ ଭୟଭୀତ କରୁଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ଗତ ସପ୍ତାହର ବୋଲି ଜଣାପଡିଛି। ମାତ୍ର ଏବେ ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ନିଶ୍ଚୟ ଭୟଭୀତ ଲାଗିବ। ଭିଡିଓରେ ଦେଖିପାରିବେ, କିଭଳି ରାସ୍ତାରେ ଯାଉଥିବା ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କ ଉପରେ ହଠାତ୍ ଏକ ଷଣ୍ଢ ଓ କିଛି ଗାଈ ଆକ୍ରମଣ କରୁଛନ୍ତି । ଏଥିରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ନାମ ଭୋଲଚନ୍ଦ୍ର ମାଲପୁରେ ବୋଲି କୁହାଯାଉଛି ।
महाराष्ट्र के नासिक में सड़कों पर लावारिस घूम रही दो गायों ने एक बुजुर्ग को पैरों से कुचलकर मार डाला… pic.twitter.com/c64mSL9YDv
— Madan Mohan Soni (@madanjournalist) June 26, 2025
କୌଣସି କାମରେ ସେ ନିଜର ଜଣେ ପରିଚିତଙ୍କ ସହ ମୋଟରସାଇକେଲରେ ସେଠାରେ ପହଞ୍ଚିଥିଲେ । ବାଇକରୁ ଓହ୍ଲାଇବା ମାତ୍ରେ ରାସ୍ତାରେ ଥିବା ଗାଈ ଓ ଷଣ୍ଢ ତାଙ୍କ ଉପରେ ଆକ୍ରମଣ କରିଥିଲେ । ବୃଦ୍ଧଙ୍କୁ ରାସ୍ତାରେ ପକାଇ ଷଣ୍ଢଟି ବାରମ୍ବାର ଆକ୍ରମଣ କରିଥିଲା । ଉପସ୍ଥିତ ଥିବା ଲୋକେ ପଥର, ଠେଙ୍ଗାରେ ଯେତେ ଅଟକାଇଲେ ମଧ୍ୟ ଷଣ୍ଢ ଅଟକି ନଥିଲା । ସଭିଁଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା । ବୃଦ୍ଧଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଭିଡିଓ ଭାଇରାଲ୍ ହେବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।



