କଟକ: ସାଲେପୁର ଲୁଣହାର ଗାଁରେ ଅଭାବନୀୟ ଘଟଣା ଘଟିଛି। ବାହାଘର ଭାଙ୍ଗିଯିବାରୁ ଜୀବନ ହାରିଲେ ଯୁବକ। ମୃତକ ପ୍ରଫୁଲ୍ଲ ବେହେରା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଫୁଲ୍ଲଙ୍କର ବାହାଘର ସ୍ଥିର ହୋଇଥିଲା। ହେଲେ ପ୍ରସ୍ତାବ ଭାଙ୍ଗିଯାଇଥିଲା। ଯାହାକୁ ନେଇ କିଛି ଦିନ ହେବ ପ୍ରଫୁଲ୍ଲଙ୍କର ମାନସିକ ସ୍ଥିତି ଭଲ ନଥିଲା। ଗତକାଲି ସନ୍ଧ୍ୟାରେ ସେ କବାଟ ବନ୍ଦ କରି ଘରେ ରହିଥିଲେ। କିଛି ସମୟ ପର୍ଯ୍ୟନ୍ତ କବାଟ ନଖୋଲିବାରୁ ପରିବାର ଲୋକେ ଝରକା ଭାଙ୍ଗିଥିଲେ। ହେଲେ ଘର ଭିତରେ ପ୍ରଫୁଲ୍ଲଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ବାହାଘର ଭାଙ୍ଗିଯିବାରୁ ପ୍ରଫୁଲ୍ଲ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି।
Popular Categories



