ଭୁବନେଶ୍ବର: କଂଗ୍ରେସ ଦଳରୁ ନିଲମ୍ବନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ କିଛି ନ୍ୟସ୍ତସ୍ବାର୍ଥ୍ୟ ବ୍ୟକ୍ତି ଯାହା ପାଦ ତଳେ ମାଟି ନ ଥାଏ ସେମାନେ ଏମିତି କରନ୍ତି। ନିଜ ଚୌକି ସୁରକ୍ଷିତ ରଖିବା ପାଇଁ ଏଭଳି ଭୁଲ ନିଷ୍ପତ୍ତି ନେଇଥାନ୍ତି। ଦଳର ମୁଖ୍ୟ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି। ସେ କୁହନ୍ତୁ, ମୁଁ କ’ଣ ଦଳ ବିରୋଧୀ କାମ କରିଛି। ଦଳର ସମସ୍ତଙ୍କୁ ଏକାଠି କରିବାକୁ କାର୍ଯ୍ୟକ୍ରମର ଆୟୋଜନ କରିଥିଲି। ମୁଁ ଦୁଃଖିତ, ଯେଉଁ ଦଳ ପାଇଁ ଏତେ କରିଛି, ମୋତେ ବୁଝି ପାରିଲାନି। ୨୦୨୪ରେ ଦଳର ମୁଖ୍ୟ କିଏ ଥିବ, କିଏ ଟିକଟ ବାଣ୍ଟିବେ ଜଣାପଡ଼ିବ। ଦଳରୁ ଟିକଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବି। ସାମୟିକ ଭାବେ ନିଲମ୍ବିତ ହୋଇଛି, ହୁଏତ ଉଠିଯାଇପାରେ ବୋଲି ବାରବାଟି-କଟକ ବିଧାୟକ ମହମ୍ମଦ ମୋକିମ ପ୍ରକାଶ କରିଛନ୍ତି।
ଦଳର ମୁଖ୍ୟ ଚକ୍ରାନ୍ତ କରିଛନ୍ତି, ଦଳରୁ ଟିକଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବି: ମୋକିମ
Popular Categories



