www.samajalive.in
Monday, December 15, 2025
24.1 C
Bhubaneswar

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରବିଏସକେ ପକ୍ଷରୁ ଗ୍ରହଣ ଖଣ୍ଡିଆ ଚିହ୍ନଟ ଶିବିର

ଗୁରୁଡିଝାଟିଆ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରାଷ୍ଟ୍ରିୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ (ଆରବିଏସକେ) ସହାୟତାରେ ଗ୍ରହଣ ଖଣ୍ଡିଆ ଚିହ୍ନଟ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ୨୪ଜଣ ଶିଶୁଙ୍କ ଗ୍ରହଣ ଖଣ୍ଡିଆ ଚିହ୍ନଟ କରାଯିବା ସହ ଏ ସଂପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା । ରାଷ୍ଟ୍ରିୟ ବାଲ ସୁରକ୍ଷା କାର୍ଯ୍ୟକ୍ରମ ଚିକିତ୍ସକ ଡାକ୍ତର ନିହାରିକା ଧଳ, ଡାକ୍ତର ଦୀପକ ରାଜ, ଡାକ୍ତର ମଧୁସ୍ମୀତା ପ୍ରଧାନ, ସାଗରିକା ରାୟ, ଭାଗ୍ୟଲକ୍ଷ୍ମୀ ଆଚାର୍ଯ୍ୟ ଓ ସ୍ଥିତିପ୍ରଜ୍ଞା ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡାକ୍ତର ସ୍ୱାଗତ ଦାସ ଶିଶୁମାନଙ୍କ ଗ୍ରହଣ ଖଣ୍ଡିଆ ଚିକିତ୍ସା ଓ ସେମାନଙ୍କ ମାନସିକ ସ୍ଥିତି ଏବଂ ଚିକିତ୍ସା ପ୍ରଣାଳୀ ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଅଶ୍ୱିନୀ ଚିକିତ୍ସାଳୟ ସ୍ମାଇଲ ଟ୍ରେନ ଅଧିକାରୀ ଦିପ୍ତିରଞ୍ଜନ ଏବଂ ତାଙ୍କ ସହଯୋଗୀ ଗ୍ରହଣ ଖଣ୍ଡିଆର ସହଜ ଓ ସଅଳ ଚିକିତ୍ସା ସଂପର୍କରେ ବୁଝାଇଥିଲେ । ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଆସଲାମ, ଚିଲିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଡାକ୍ତର ଦେବୀ ପ୍ରସନ୍ନ ଗିରି ଶିବିର ସଂଯୋଜନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories