www.samajalive.in
Monday, December 15, 2025
26.1 C
Bhubaneswar

କଟକରେ ଆରବିଏଲ ବ୍ୟାଙ୍କର ନୂଆ ଶାଖା, ଗ୍ରାହକଙ୍କୁ ମିଳିବ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା

ଭୁବନେଶ୍ୱର : କଟକ ଦୋଳମୁଣ୍ଡାଇରେ ଆରବିଏଲ୍ ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି । ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆରବିଏଲ୍ ବ୍ୟାଙ୍କର ପାନ୍ ଇଣ୍ଡିଆରେ ୫୨୦ଟି ଶାଖା ରହିଥିବା ବେଳେ ପୂର୍ବ ଭାରତରେ ୫୬ଟି ରହିଛି । ସେହିପରି ଏହି ଶାଖାକୁ ମିଶାଇ ଓଡ଼ିଶାରେ ଆରବିଏଲ୍ ବ୍ୟାଙ୍କର ୬ଟି ଶାଖା ରହିଛି । ପୂର୍ବରୁ ଭୁବନେଶ୍ୱରରୁ ୩ଟି, ସମ୍ବଲପୁର ଏବଂ ଯାଜପୁରରେ ୧ଟି ଲେଖାଏଁ ଶାଖା ରହିଛି । ପ୍ରଥମ ଥର ପାଇଁ କଟକରେ ଏହାର ନୂତନ ଶାଖା ଆରମ୍ଭ ହୋଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ୟାଙ୍କର ଭିପି ତଥା କ୍ଲଷ୍ଟର ମୁଖ୍ୟ ସନ୍ଦୀପ ପାଉଲ ଓ ଏସ୍‌ଭିପି ତଥା ପୂର୍ବ ଜୋର୍ନାଲ ମୁଖ୍ୟ ସୁଦୀପ ଚାଟାର୍ଜୀ ଓ ଶାଖା ପରିଚାଳକ ସମ୍ବିତ ଚୌଧୁରୀ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଚାର୍ଟାଜୀ କହିଛନ୍ତି ଯେ ଓଡ଼ିଶାରେ ଆମ ବ୍ୟାଙ୍କ ଶାଖାକୁ ସମ୍ପ୍ରସାରଣ କରାଯାଇଛି । ରାଜ୍ୟର ପ୍ରତ୍ୟେକ କୋଣର ଗ୍ରାହକଙ୍କୁ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଆଗାମୀ ଦିନରେ ଓଡ଼ିଶାର ଅନ୍ୟ ସହର ଏବଂ ଗ୍ରାମରେ ନୂଆ ଶାଖା ଖୋଲିବାକୁ ଯୋଜନା ରଖାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories