ନବରଙ୍ଗପୁରରେ ରଥଯାତ୍ରା ପ୍ରସ୍ତୁତି ବୈଠକ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସଦରମହକୁମାରେ ପବିତ୍ର ରଥଯାତ୍ରା-୨୦୨୨ ଉତ୍ସାହ, ଶାନ୍ତି, ଶୃଙ୍ଖଳାର ସହିତ ପାଳନ ନିମନ୍ତେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ତହସିଲଦାର ତଥା ଏଣ୍ଡୋମେଣ୍ଟ ଅଫିସର ନବରଙ୍ଗପୁର ରବୀନ୍ଦ୍ର କୁମାର ରାଉତ, ସମସ୍ତଙ୍କୁ ସ୍ବାଗତ ଜଣାଇ ପ୍ରସ୍ତୁତି ବୈଠକର ଆଲୋଚ୍ୟ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାପାଳ ଡକ୍ଟର ମିଶ୍ର ଆଗାମୀ ପବିତ୍ର ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳା ଓ ସଫଳତାର ସହିତ ମହା ପ୍ରଭୁଙ୍କର ନିତିକାନ୍ତି ମଧ୍ୟରେ ପାଳନ କରାଯିବ ସେ ଦିଗରେ ସମସ୍ତଙ୍କର ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ । ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ସହରରେ ଆବଶ୍ୟକ ଟ୍ରାଫିକ ସମସ୍ୟା ର ନିୟନ୍ତ୍ରଣ, ରାସ୍ତାର ଉଭୟ ପାର୍ଶ୍ବରେ ଥିବା ନାଳର ଆବର୍ଜନା ସଫେଇ, ପାନୀୟ ଜଳ ର ବ୍ୟବସ୍ଥା, ଫାଷ୍ଟ ଏଡ୍ଡ ର ସୁବିଧା, ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଆବଶ୍ୟକ ପୋଲିସ ମୁତୟନ, ବିଜୁଳି ସେବାର ବ୍ୟବସ୍ଥା, ମଦଦୋକାନ ବନ୍ଦ ରଖିବା, ଆବଶ୍ୟକ ଅଗ୍ନିସେବା ର ପ୍ରସ୍ତୁତି, ଅନ୍ନ ଭୋଗ ର ବ୍ୟବସ୍ଥା , ରଥଯାତ୍ରାର ଧାରା ବିବରଣୀ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା। ସଂପୃକ୍ତ ବିଭାଗ ର ଅଧିକାରୀ ମାନେ ବିଭାଗୀୟ ନ୍ୟସ୍ତ ଦାୟିତ୍ଵ ସୁଚାରୁରୂପେ ତୁଳାଇ ବା ପାଇଁ ଜିଲ୍ଲାପାଳ ଡ଼ଃ. ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଏଥିରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଙ୍କ ପୂର୍ଣ୍ଣ ସହଯୋଗ ମଧ୍ୟ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନି, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତି ରାମ ନାୟକ, ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ , ପୌରପାଳିକା ଅଧକ୍ଷ କୁନୁ ନାୟକ, ଉପ।ଧକ୍ଷ। ସୋମ୍ୟା ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦ୍ଦେଶକ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଉପଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ବିଭାଗୀୟ ଅଧିକାରୀ, ବଣିକ ସଂଘ ର କର୍ମକର୍ତ୍ତା, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ର ସମସ୍ତ ସଦସ୍ୟ, ସହରର ବିଶିଷ୍ଟ ବ୍ୟକ୍ତି, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।
Comments are closed.