www.samajalive.in
Sunday, December 7, 2025
23.1 C
Bhubaneswar

ଭକ୍ତ ପାଇଁ ରତ୍ନ ସିଂହାସନରୁ ଓହ୍ଲାଇବେ ମହାପ୍ରଭୁ

ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଆସୁଛି ରଥଯାତ୍ରା। ଆଉ କେତେଟା ଦିନ ପରେ ପ୍ରଭୁ ରଥାରୂଢ ହେବେ। ଭକ୍ତମାନଙ୍କ ସହ ପ୍ରତ୍ୟକ୍ଷ ଭାବେ ମିଶିବା ନିମନ୍ତେ ବର୍ଷକ ପରେ ପୁଣି ରତ୍ନ ସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତି ଓହ୍ଲାଇ ଆସିବେ।

କାହିଁ କେତେ ପୁରାତନ କାଳରୁ ରଥଯାତ୍ରା ପାଳନ ହୋଇଆସୁଛି। ବିଶ୍ୱର ବିଭିନ୍ନ ଅଞ୍ଚଳ ଓ ସମାଜରେ ରଥଯାତ୍ରା ପ୍ରଚଳିତ। ମାତ୍ର ଶ୍ରୀକ୍ଷେତ୍ର ପୁରୀର ରଥଯାତ୍ରା ସବୁଠାରୁ ପ୍ରସିଦ୍ଧ। ଏହା ହେଉଛି ପତିତପାବନଙ୍କର ଯାତ୍ରା। ରଥଯାତ୍ରା କେତେ ପ୍ରାଚୀନ ତାହା କହିବା ସମ୍ଭବ ନୁହେଁ। ଏକ କିମ୍ବଦନ୍ତୀ ଅନୁସାରେ, ପୁରୀ ମନ୍ଦିରର ପ୍ରାଣ-ପ୍ରତିଷ୍ଠାତା ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ମହାରାଣୀ ଗୁଣ୍ଡିଚା ଦେବୀ ଏହି ଯାତ୍ରାର ପ୍ରଚଳନ କରାଇଥିଲେ। ତେଣୁ ଏହାକୁ ‘ଗୁଣ୍ଡିଚା ଯାତ୍ରା’ ବୋଲି କୁହାଯାଏ।

- Advertisement -

ସଂସ୍କୃତରେ ଏକ ଶ୍ଳୋକ ଅଛି, ‘‘ଦୋଳେ ଚ ଦୋଳଗୋବିନ୍ଦ, ଚାପେ ଚ ମଧୁସୂଦନମ୍, ରଥେତୁ ବାମନମ୍ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ’’। ଏହାର ଅର୍ଥ ଦୋଳରେ ଦୋଳଗୋବିନ୍ଦ , ଚାପ ଖେଳରେ ମଧୁସୂଦନ ଏବଂ ରଥରେ ପ୍ରଭୁଙ୍କ ବାମନ ରୂପ ଦର୍ଶନ କଲେ, ମଣିଷକୁ ମୋକ୍ଷ ପ୍ରାପ୍ତି ହୁଏ। ସେ ଆଉ ପାପ-ତାପପୂର୍ଣ୍ଣ ଜଗତରେ ଜନ୍ମ ହୁଏନାହିଁ। ତେଣୁ ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନ କରିବା ବଡ଼ ଭାଗ୍ୟର ବିଷୟ ହୋଇଥାଏ।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories