ସିଂହାସନ ଚକା ନିର୍ମାଣ

0

ପୁରୀ : ରଥ ଉପରେ ଶ୍ରୀଜୀଉଙ୍କ ବିଜେ ପାଇଁ ମଙ୍ଗଳବାର ରଥଖଳାରେ ନିର୍ମାଣ କରାଯାଇଛି ସିଂହାସନ ଚକା। ତିନି ରଥପାଇଁ ତିନିଟି ଚକା ମହାରଣା ସେବକ ପ୍ରସ୍ତୁତ କରିଛନ୍ତି। ତାଗ ଉପରେ ପଟା ପକାଚାଲିଛି। ଅନ୍ଧାରି ତାଗ ଓ କଇଁଚି ବାଡିଆ ଯାଇଛି। ପ୍ରତି ରଥର ତିନିଟି ଲେଖାଏଁ ଦୁଆରଗଡା ନିର୍ମାଣ ଶେଷ ହୋଇଛି। ରଥ ଉପରେ ସଂଯୋଗ ପାଇଁ ପୋଟଳ, ପାରାଭାଡି, ଖପୁରି ଓ କଳସ ପ୍ରସ୍ତୁତ ହୋଇ ରହିଛି। ରୂପକାର ସେବକ କଣଗୁଜ, ଚକ, ପାର୍ଶ୍ବଦେବଦେବୀ, ଶୁଆସାରୀରେ ରଙ୍ଗ ଦେଉଛନ୍ତି। ନାଟଗୋଡ ଏବଂ କତରା ଉପରେ ଖୋଦେଇ କରାଯାଉଛି। ଓଝା ସେବକ ଅସ୍ଥାୟୀ କମାରଶାଳରେ କଣ୍ଟାକବ୍‍ଜା ପ୍ରସ୍ତୁତ କରୁଛନ୍ତି। ରଥକନା ପହଞ୍ଚି ଥିବାରୁ ମାପ ଅନୁଯାୟୀ ସିଲାଇ ପାଇଁ ଦରଜି ସେବକ ପ୍ରସ୍ତୁତ ହେଉଛନ୍ତି। ଜୁଲାଇ ୧୪ରେ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଏବଂ ୨୨ରେ ବାହୁଡାଯାତ୍ରା ଅନୁଷ୍ଠିତ ହେବ। ତାହାକୁ ଦୃଷ୍ଟିରେ ରଖି ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

Leave A Reply