www.samajalive.in
Monday, December 15, 2025
16.1 C
Bhubaneswar

ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି

ନୂଆଦିଲ୍ଲୀ- ଭାରତର ବରିଷ୍ଠ ଉଦ୍ୟୋଗପତି ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆ ସମ୍ମାନ(ଏଓ) ପ୍ରଦାନ କରାଯାଇଛି ।

ଭାରତ ସହ ଅଷ୍ଟ୍ରେଲିଆରେ ମଧ୍ୟ ତାଙ୍କର ବେଶ୍‌ ପ୍ରଭାବ ରହିଛି । ଭାରତରେ ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ବ୍ୟାରି ଓ ଫ୍ୟାରେଲ୍‌ ଏହାର ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ରତନ ଟାଟା ଭାରତ ଅଷ୍ଟ୍ରେଲିଆ ଅର୍ଥନୈତିକ ସହଭାଗିତା ଏବଂ ବ୍ୟାପାର ବୁଝାମଣାର ବଡ ସମର୍ଥକ । ୨୦୨୨ ଏହାକୁ ଅନ୍ତିମ ରୂପ ପ୍ରଦାନ କରାଯାଇଥିଲା । ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବାରେ ସେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।

- Advertisement -

ଟିସିଏସ୍‌ ମଧ୍ୟ ୧୯୯୮ରୁ ଅଷ୍ଟ୍ରେଲିଆରେ କାର୍ଯ୍ୟକରୁଛି । ସେଠାରେ ୧୭୦୦୦ ଅଷ୍ଟ୍ରେଲିୟ ନିଯୁକ୍ତି ସୁଯୋଗ ପାଇଛନ୍ତି । ଅନେକ ଲୋକହିତକର ସଂଗଠନକୁ ଅଷ୍ଟ୍ରେଲିଆରେ ଟିସିଏସ୍‌ ସମ୍ପୂର୍ଣ୍ଣ ମାଗଣାରେ ସେବା ଯୋଗାଇ ଦେଉଛି ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories