www.samajalive.in
Monday, December 15, 2025
15.1 C
Bhubaneswar

କାସାଣ୍ଡ୍ରା ଜାତୀୟ ନାଟକ ଉତ୍ସବ ଉଦ୍‌‌ଯାପିତ

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ପକ୍ଷରୁ ଗତ ୨୦ ତାରିଖଠାରୁ ଅଡିଟୋରିୟମ ଠାରେ  ଆରମ୍ଭ ହୋଇଥିବା ଜାତୀୟ ନାଟକ ଉତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌‌ଯାପିତ ହୋଇଯାଇଛି । ଏମ୍‌‌ଏସ୍‌‌ପି ସ୍ପଞ୍ଜ କାରଖାନାର ସଭାପତି ତଥା କାସାଣ୍ଡ୍ରା କଲଚରାଲ ସେଣ୍ଟରର ସଭାପତି ଇଂ ଦେବବ୍ରତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌‌ଯାପନୀ ଉତ୍ସବରେ ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚ ନାଟକ କଳାକୁ ବଞ୍ଚାଇ ରଖିବା ଭଳି କାସାଣ୍ଡ୍ରା ଅନୁଷ୍ଠାନର କଳାକାରଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।

ଉଦ୍‌‌ଘାଟନୀ ସନ୍ଧ୍ୟାରେ ଭୁବନେଶ୍ୱର ‘ଶତାବ୍ଦୀ’ ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ନାଟକ ‘ଦଶାବତାର’, ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମଧ୍ୟପ୍ରଦେଶ ଭୋପାଳର ଅଗ୍ରଣୀ ନାଟ୍ୟ ସଂସ୍ଥା ରେଜିଙ୍ଗ ସୋସାଇଟି ଅଫ୍‌‌ ଆର୍ଟ ଆଣ୍ଡ କଲଚର ପକ୍ଷରୁ ନାଟକ ‘ମୁଜୁନୁ ଲାଉସମେଣ୍ଟ’ ଓ ଶନିବାର ଉତ୍ସବର ତୃତୀୟ ସନ୍ଧ୍ୟାରେ କୋଲକତାର ନାଟ୍ୟ ଅନୁଷ୍ଠାନ ତିଲଜଲା କଳ୍ପନ ନାଟ୍ୟ ଗୋଷ୍ଠୀ ଦ୍ୱାରା ନାଟକ ‘ଏକ କିତିର ଦିନଲିପି’ ଦର୍ଶକଙ୍କ ମନକୁ ବେଶ୍‌‌ ଛୁଇଁପାରିଥିଲା। ଉତ୍ସବର ଉଦ୍‌‌ଯାପନୀ ସନ୍ଧ୍ୟାରେ ନାଟ୍ୟକାର ଚିନ୍ମୟ ଦାସ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଆୟୋଜକ କାସାଣ୍ଡ୍ରାର ନିଜସ୍ୱ ନାଟକ ‘କଥାତ ଏତିକି’ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା। ବିଶ୍ୱଜିତ ବେଜ, ମନଶ୍ୱେତା ମିଶ୍ର, ବିଦ୍ୟୁତଲତା ଓଝା, ଦେବଦର୍ଶନ ଦାଶ, ତୁଷାର ସାମନ୍ତ, ରବୀନ୍ଦ୍ର କୁମାର ସେଠୀ, ଆକାଶ ମହାପାତ୍ର, ଅମୂଲ୍ୟ ସାହୁ, ଅଶୋକ ମହାରଣା, ମନୋଜ ବେହେରା ଓ ସନ୍ଦୀପ ପଟ୍ଟନାୟକଙ୍କ ଭଳି କଳକାରଙ୍କ ନିଖୁଣ କଳାଭିନୟ ଦର୍ଶକଙ୍କୁ ବେଶ୍‌‌ ବାନ୍ଧି ରଖିଥିଲା । ଏଥିସହ ଉଦ୍‌‌ଯାପନୀ ସନ୍ଧ୍ୟାରେ ଅନୁଷ୍ଠାନର ସଦସ୍ୟ ସ୍ୱର୍ଗତଃ ଧିରେନ୍ଦ୍ର ରାଉତ, ଗୟାଧର ଦାସ, ଦେବାଶିଷ ପଟ୍ଟନାୟକ, ବନ ବିହାରୀ ପହି ଓ ବିରଞ୍ଚି ନାରାୟଣ ଦାସଙ୍କ ସ୍ମୃତିରେ ବରିଷ୍ଠ ନାଟ୍ୟ କଳାକାର ଯୋଗେନ୍ଦ୍ର ମହାପାତ୍ର, ଘନଶ୍ୟାମ ମିଶ୍ର, ପରିକ୍ଷୀତ ମିଶ୍ର, କଳ୍ପତରୁ ଆଚାର୍ଯ୍ୟ ଓ ବିଦ୍ୟାଧର ରାଏଙ୍କୁ ‘କାସାଣ୍ଡ୍ରା’ ସମ୍ମାନରେ ସମ୍ବର୍ଦ୍ଧିିତ କରାଯାଇଥିଲା ।  କାସାଣ୍ଡ୍ରା ସମ୍ପାଦକ ମଳୟ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ନାଟକ ଉତ୍ସବ ଆୟୋଜନ ଓ ପରିଚାଳନାରେ ଝାଡେଶ୍ୱର ମିଶ୍ର, ଭାସ୍କର ଚନ୍ଦ୍ର ମିଶ୍ର, ସଚ୍ଚିଦାନନ୍ଦ ମହାକୁଡ, ଚକ୍ରଧର ହୋତା, ରଞ୍ଜନ ଗନ୍ତାୟତ ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories