www.samajalive.in
Sunday, December 14, 2025
19.1 C
Bhubaneswar

ଦିଲ୍ଲୀର ରାଜରାସ୍ତାରେ ବିନା ଅନୁମତିରେ ଘୋଡାଗାଡି ଦୌଡ ଆୟୋଜନ କରିଥିବା ୧୦ ଜଣ ଗିରଫ

ନୂଆଦିଲ୍ଲୀ – ଦିଲ୍ଲୀର ରାଜରାସ୍ତାରେ ରବିବାରରେ କିଛି ଲୋକ ଘୋଡାଗାଡି ଦୌଡର ଆୟୋଜନ କରିଥିଲେ । ଦିଲ୍ଲୀର କମଳା ମାର୍କେଟ ଅଞ୍ଚଳରେ କିଛି ବ୍ୟକ୍ତି ବେଆଇନ ଭାବେ ଏହି ଦୌଡର ଆୟୋଜନ କରିଥିବା ପୁଲିସକୁ ଖବର ମିଳିଥିଲା । ରାସ୍ତାରେ ଯାଉଥିବା ବ୍ୟକ୍ତିମାନେ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

- Advertisement -

ପୁଲିସ ତୁରନ୍ତ ସେଠାରେ ପହଞ୍ଚି ଦୁଇଟି ଘୋଡା ଗାଡି ସହ ୬ ଜଣଙ୍କୁ ଗିରଫ କରିଥିଲା । ପରେ ଅନ୍ୟ ୪ ଜଣଙ୍କୁ ଗିରଫ କରାଯାଇଥିଲା । ରାସ୍ତାରେ ପଥଚାରୀଙ୍କୁ ହଇରାଣ କରିବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଥିବା ଦିଲ୍ଲୀ ପୁଲିସ କମିଶନର ସଂଜୟ ସାଇନ କହିଛନ୍ତି ।

ଏହି ଘୋଡାଗାଡି ଜବତ କରାଯାଇଥିବା ବେଳେ ଘୋଡାଗୁଡିକୁ ମହାନଗର ନିଗମକୁ ହସ୍ତାନ୍ତର କରାଯାଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories