www.samajalive.in
Sunday, December 14, 2025
26.1 C
Bhubaneswar

ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି, ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କଲମପୁର: ସମ୍ବଲପୁର ଠାରେ ଅମାନୁଷିକ ଭାବେ ଶାନ୍ତି ଶୋଭାଯାତ୍ରା ଉପରେ ଆକ୍ରମଣର ପ୍ରତିବାଦ ଏବଂ ଏଥିରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କୁ ଗିରଫ ଦାବିରେ ସୋମବାର ସମଗ୍ର ହିନ୍ଦୁ ସମାଜ କଲମପୁର ଶାଖା ତରଫରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଗତ ଅପ୍ରେଲ ୧୨ରେ ସମ୍ବଲପୁର ଠାରେ ହନୁମାନ ଭକ୍ତଙ୍କ ମଟରସାଇକଲ ଶୋଭାଯାତ୍ରା ହେଇଥିଲା। ଏହି ଶାନ୍ତି ଶୋଭାଯାତ୍ରାରେ ଅସାମାଜିକ ବ୍ୟକ୍ତି କରିଥିଲେ ଅମାନୁଷିକ ଆକ୍ରମଣ। ପୁଣି ଅପ୍ରେଲ ୧୪ ତାରିଖ ରାତ୍ରୀରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣ୍ର ଶିକାର ହେଇ ପ୍ରାଣ ହରାଇଲେ ଜଣେ ବନବାସୀ। ସାମ୍ପ୍ରଦାୟିକ ହିଂସା ଯୋଗୁଁ କେବଳ ହିନ୍ଦୁ ହନୁମାନ ଭକ୍ତ ନୁହେଁ ପୁଲିସ ବଳ ମଧ୍ୟ ଆକ୍ରମଣର ଶିକାର ହେଇଥିଲେ।

- Advertisement -

ସମ୍ବଲପୁର ସହରରେ ପ୍ରତିବର୍ଷ ହନୁମାନ ଜୟନ୍ତୀ ମହାସମାରୋହର ସହିତପାଳନ କରାଯାଉଛି। କିନ୍ତୁ ଚଳିତ ବର୍ଷ ଏଭଳି ଏକ ଦଙ୍ଗା ହେବ ସେନେଇ ରାଜ୍ୟ ସରକାରଙ୍କ ଗୁଇନ୍ଦା ବିଭାଗ ପୂର୍ବରୁ ଟେର ନପାଇବା ପରିତାପର ବିଷୟ। ଏହାସହ ଅଳ୍ପ ସଂଖ୍ୟକ ସୁରକ୍ଷା ବଳ ନିୟୋଜନ କରିବା ଦୁଃଖର ବିଷୟ। ଏଭଳି କାର୍ଯ୍ୟ କରିଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମଗ୍ର ହିନ୍ଦୁ ସାମାଜ ଦାବି କରିଛି।

ସମଗ୍ର ହିନ୍ଦୁ ସମାଜ କଲମପୁର ଶାଖା ତରଫରୁ ଅଶ୍ୱିନ କୁମାର ସେନାପତି, ଅଭିରାମ ପଣ୍ଡା, ପଙ୍କଜ କୁମାର ରାୟଗୁରୁ, ନଳୀନି କୁମାର ପଣ୍ଡା, ବିଜୟ କୁମାର ପଣ୍ଡା, ଘନଶ୍ୟାମ ନାଏକ, କ୍ଷିରୋଦ ଚନ୍ଦ୍ର ନାଏକ, କମଳ ବାଗ, ମହାଦେବ ବେହେରା, ସୁଧିର କୁମାର ବାଗ, ଭବାନୀ ଶଙ୍କର ଯୋଷୀ, ହରେକୃଷ୍ଣ ସାହୁ, ସୌରଭ କୁମାର ବେହେରା ପ୍ରମୁଖ କର୍ମକର୍ତ୍ତା କଲମପୁର ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗିଙ୍କୁ ସାକ୍ଷାତ କରି ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ସ୍ଥାନୀୟ ପୁଲିସ ଥାନାର ଏସଆଇ ଡୋଳାମଣି ବିଶିଙ୍କ ନେତୃତ୍ୱରେ ଶାନ୍ତି ପାଇଁ ସୁରକ୍ଷା ବଳ ନିୟୋଜିତ ଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories