www.samajalive.in
Monday, December 15, 2025
14.1 C
Bhubaneswar

ସମ୍ବଲପୁର ଘଟଣା : ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସଦର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝରଗଡ଼ : ସମ୍ବଲପୁରରେ ଚଳିତମାସ ୧୪ ତାରିଖ ପବିତ୍ର ଶ୍ରୀରାମ ନବମୀ ଶୋଭାଯାତ୍ରା ସାରି ବାଇକ୍‌‌ ଯୋଗେ ଘରକୁ ଫେରୁଥିବା ହିନ୍ଦୁ ଭକ୍ତଙ୍କ ଉପରେ ଯେଭଳି ଆକ୍ରମଣ ସହ ହତ୍ୟା କରିବା ଘଟଣା ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ପକ୍ଷରୁ ସୋମବାର ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ଉଦାସୀନତା ସମଗ୍ର ଓଡିଶାବାସୀଙ୍କୁ ମାର୍ମାହତ କରିଥିବା ବେଳେ ରାଜ୍ୟ ସରକାର ଯଦି ଏ ଦିଗରେ ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ ପୂର୍ବକ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ରାଜ୍ୟବନ୍ଦ ଡାକରା ଦିଆଯିବ ବୋଲି କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଏହି ଧାରଣାରେ ସାମିଲ ହୋଇ ଚେତାବନୀ ଦେଇଛନ୍ତି । ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ଜିଲା ସଭାପତି ତୁଷାର ସାମନ୍ତ ଓ ଜିଲା ସମ୍ପାଦକ ସ୍ୱପ୍ନେଶ୍ୱର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଧାରଣାରେ ସୁବ୍ରତ ମହାନ୍ତି, ଦେବାନନ୍ଦ ପାତ୍ର, ସାବିତ୍ରୀ ବିଶ୍ୱାଳ, ଦେବରାଜ ଆଚାର୍ଯ୍ୟ, କେଦାରନାଥ ଦାଶ, ଶିବ କୁମାର ରାଠୋର, ବିଶ୍ୱଜିତ ତ୍ରିପାଠୀ, ରେଜେନ୍ଦ୍ର ପାତ୍ର, ପ୍ରଫୁଲ୍ଲ କୁମାର ଓଝା, ଅକ୍ଷୟ କୁମାର ଜେନା, ଦୁଃଶାସନ ମହାନ୍ତ, ଜିତେନ୍ଦ୍ର ମହାନ୍ତ, ବନମାଳୀ ମହାନ୍ତ, ପ୍ରକାଶ ଚନ୍ଦ୍ର ସୂତ୍ରଧର, ହେମନ୍ତ ମହାପାତ୍ର, ବବିତା ରାମ, ପ୍ରିୟଙ୍କା ସିଂହ, ପାର୍ବତୀ ରାଢ଼ୁସ୍‌‌ଙ୍କ ସମେତ ବିଶ୍ୱହିନ୍ଦୁ ପରିଷଦର ବହୁ କାର୍ଯ୍ୟକର୍ତ୍ତା ଏହି ଧାରଣାରେ ସାମିଲ ହୋଇ ସମ୍ବଲପୁର ଘଟଣା ସମଗ୍ର ହିନ୍ଦୁ ସମାଜକୁ ମାନସିକ ସ୍ତରରେ ଅସ୍ଥିର କରିଥିବାରୁ ଅପରାଧି ମାନଙ୍କୁ ତୁରନ୍ତ ଦଣ୍ଡିତ କରାନଗଲେ ଆଗାମୀ ଦିନରେ ପରିଷଦ ପକ୍ଷରୁ ବ୍ୟାପକ ଜନଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସତର୍କ କରାଇ ଦେଇଥିଲେ । ଶୋଭାଯାତ୍ରାରେ ସାମିଲ ନିରୀହ ହିନ୍ଦୁ ମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବିଶ୍ୱ ହିନ୍ଦୁ ପରିଷଦ କେନ୍ଦୁଝର ଜିଲା ପକ୍ଷରୁ ସୋମବାର ପୂର୍ବାହ୍ନରେ ସଦର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଧାରଣା ପ୍ରଦର୍ଶିତ ହୋଇଯାଇଛି । ପରିଷଦର ସଭାପତି ଶ୍ରୀ ସାମନ୍ତ ଓ ସମ୍ପାଦକ ଶ୍ରୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ସଦର ବିଡିଓଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories