BJD Bijuli 480×75 Mob

ମୂଷା ଯୋଗୁଁ ବ୍ୟାପୁଥିବା ଜ୍ୱରରେ କେରଳରେ  ୪୬ଜଣଙ୍କର ମୃତ୍ୟୁ ଆଶଙ୍କା

BJD Bijuli 480×75 Mob
0

କୋଚି .- ମୂଷା ଦ୍ୱାରା ବ୍ୟାପୁଥିବା ଜ୍ୱର ଯୋଗୁଁ କେରଳରେ ୪୬  ଜଣଙ୍କର ମୃତ୍ୟୁ ଅନୁମାନ କରାଯାଉଛି । ୯ ଜଣଙ୍କର ମୃତ୍ୟୁ ଲେପ୍ଟୋସ୍ପିରୋସିସ୍‌ ଯୋଗୁଁ ହୋଇଥିବା ସେମାନଙ୍କର ରକ୍ତ ନମୁନାରୁ ସ୍ପଷ୍ଟ ହୋଇଥିବା ବେଳେ ମୃତ୍ୟୁ ହୋଇଥିବା ଅନ୍ୟ ୩୭ ଜଣଙ୍କର ରକ୍ତ ନମୁନାର ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି ।  ମୂଷାମାନଙ୍କର ପରିଶ୍ରାରେ ଲେପ୍ଟୋସ୍ପିରୋସିସ୍‌ ନାମକ ଭୟାନକ ରୋଗ ବ୍ୟାପୁଛି । କେରଳରେ ବନ୍ୟା ହୋଇଥିବାରୁ ବନ୍ୟାପାଣିରେ ମୂଷାର ମୁତ୍ର ମିଶିବା ପରେ ଏହା ଲୋକମାନଙ୍କୁ ସଂକ୍ରମିତ କରିଛି ।  ଏବେ ୨୦୦ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏଥିରେ ସଂକ୍ରମିତ ହୋଇଥିବା ୭୮୮ ଜଣ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବୋଲି   ସୂଚନା ମଳିଛି ।

ଲେପ୍ଟୋସ୍ପିରୋସିସ୍‌ ହେଲେ କମ୍ପ ଓ ଉଚ୍ଚ ତାପମାତ୍ର ସହ ଜ୍ୱର, ପ୍ରବଳ ମୁଣ୍ଡ ବିନ୍ଧା , ଶରୀରରେ ବିନ୍ଧା ଛିଟିକା ସହ ବିଭିନ୍ ସ୍ଥାନରୁ ରକ୍ତସ୍ରାବ ହୁଏ ।  ବନ୍ୟା ପାଣିରେ ସ୍ୱେରେଜ୍‌ ପାଣି ଓ ମୂଷାଙ୍କୁ ପରିଶ୍ରାମିଶି ବା ପରେ ଏହି ରୋଗ ବ୍ୟାପୁଥିବା ଜଣା ପଡିଛି ।

କେବଳ ଲେପ୍ଟୋସ୍ପିରୋସିସ୍‌ ନୁହେଁ କେରଳରେ ଡେଙ୍ଗୁ ବି ବ୍ୟାପିଛି । ଗତ ମାସରେ ୩,୩୬୪ ଜଣ ଡେଙ୍ଗୁ ଆକ୍ରନ୍ତଙ୍କୁ ଚିହ୍ନଟ କରାଯାଇଛି ।

Leave A Reply