ଶନିବାର ରାଶିଫଳ

0

ମେଷ: ଭାଇମାନଙ୍କ ମଧ୍ୟରେ ଥିବା ଭିତରି ବିବାଦ ପଦାକୁ ଆସିପାରେ। ବ୍ୟୟ ପରିମାଣ ଅତ୍ୟଧିକ ହେବ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମିଷ୍ଟଭାଷୀ ହେବେ। ଶ୍ରେଷ୍ଠ ପଦ ପଦବୀ ମିଳିପାରେ।

ବୃଷ: ଅତି ଭାବରେ ଗୌରବ ନଷ୍ଟର ସୂଚନା ମିଳୁଛି। ବିଭିନ୍ନ ଦିଗରୁ ଧନ ପ୍ରାପ୍ତ ହେବେ। ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଲୋକ ପ୍ରିୟତା ଅର୍ଜନ କରିବେ।

ମିଥୁନ: ଗୃହ କାର୍ଯ୍ୟ ପାଇଁ ଆଗ୍ରହୀ ହେବେ। କର୍ମ ଚଞ୍ଚଳ ରହିପାରନ୍ତି। ମନ ପ୍ରସନ୍ନ ରହିବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ପରିବାର ପ୍ରତି ସଦିଚ୍ଛା ମନୋଭାବ ହେବ।

କର୍କଟ: ଯାତ୍ରାକାଳୀନ ଖର୍ଚ୍ଚ ବୃଦ୍ଧି ହୋଇପାରେ। ସେବା ମନୋଭାବର ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ କଟାଇ ପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତୀର୍ଥ ଭ୍ରମଣ କରିପାରନ୍ତି।

ସିଂହ: ମାନସିକ ସ୍ତରରେ ଅସ୍ଥିରତା ବୃଦ୍ଧି ପାଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

କନ୍ୟା: ସତ୍‌କର୍ମରେ ନିୟୋଜିତ ହେବେ। ଦୟାର ଅବତାର ହୋଇପାରନ୍ତି। ବନ୍ଧୁବର୍ଗରେ ପ୍ରିୟତା ବୃଦ୍ଧି ହେବ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହେବେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ ହେବ।

ତୁଳା: ମନରେ ଅହଂଭାବ ଉଦ୍ରେକ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ଶରୀର ସୁସ୍ଥ ରହିବ। ବଳଶାଳୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ସୁଖ ମିଳିବ।

ବିଛା: ଥଣ୍ଡା କଫରେ ପୀଡ଼ା ଅନୁଭବ କରିବେ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଧାର୍ମିକ, ତେଜସ୍ୱୀ ଓ ସମ୍ମାନିତ ହେବେ।

ଧନୁ: ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ଲାଭ କରିବେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷି କର୍ମକାରୀ ହେବେ। ବୁଦ୍ଧିମାନ ହୋଇପାରନ୍ତି।

ମକର: ବ୍ୟବସାୟରୁ ସ୍ୱଳ୍ପ ଲାଭ ମିଳିବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନପ୍ରସନ୍ନ ରହିବ। ଆସ୍ତିକ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା କଫଜନିତ ପୀଡ଼ା ଅନୁଭବ କରିପାରନ୍ତି। ବିବାଦରେ ବିଜୟୀ ହେବେ।

କୁମ୍ଭ: ଆଶାବାଦୀ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ପରଦେଶବାସୀ, ସହନଶୀଳ, ମଧୁର ଭାଷୀ ଓ ଶାନ୍ତିପ୍ରିୟ ହେବେ। ପ୍ରେମୀ ଓ ସାହସୀ ହେବେ।

ମୀନ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଧନ ବୃଦ୍ଧିର ସୂଚନା ମିଳୁଛି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ବଳଶାଳୀ ଓ ଐଶ୍ୱର୍ଯ୍ୟଯୁକ୍ତ ହେବେ।

Leave A Reply