ଆଜିର ରାଶିଫଳ- ମଙ୍ଗଳବାରରେ ଏହି ରାଶିଙ୍କର ଧନଲାଭ

ମେଷ- ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସାମାନ୍ୟ ଉନ୍ନତି ଘଟିବ। ଶତ୍ରୁ ନାଶ ସହିତ ଧନ ଭୋଗର ସୂଚନା ମିଳୁଛି। କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ସତର୍କ ରହିବେ।

ବୃଷ- ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଦିନଟି ଆନନ୍ଦର ଉତ୍ସ ହୋଇପାରେ। ନାନା ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ମୃଗଶିରା ଓ କୃତ୍ତିକା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ମିଥୁନ- ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସେବା ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସାମାନ୍ୟ ଶୁଭ।

କର୍କଟ- ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ବିଭିନ୍ନ ସୂତ୍ରରୁ ଧନାଗମ ହେବ। ବ୍ୟବସାୟ ଲାଭଦାୟକ ହେବ। ଶୁଭକାର୍ଯ୍ୟ ପାଇଁ କରଣୀୟ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପୁନର୍ବସୁ, ଅଶ୍ଲେଷାର ସାମାନ୍ୟ ଶୁଭ ଫଳ।

ସିଂହ-  ମଘା ଓ ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ପରିଶ୍ରମ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ଉତ୍ତରା ଫାଲ୍‌ଗୁନୀର ସାମାନ୍ୟ ଶୁଭ ଫଳ ପ୍ରାପ୍ତ ହେବ।

କନ୍ୟା- ହସ୍ତା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତିର ଅବସାନ ଘଟିବ। ଉତ୍ତରା ଫାଲ୍‌ଗୁନୀର ସାମାନ୍ୟ ଶୁଭ ଫଳ ମିଳିପାରେ।

ତୁଳା- ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତି ନାନାବିଧ ଧନପ୍ରାପ୍ତିର ସୂଚନା ମିଳୁଛି। ମତିମାନ୍‌ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ସହିଷ୍ଣୁ ହୋଇପାରନ୍ତି। କର୍ମତତ୍ପର ହେବେ। ଚିତ୍ରା ଓ ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ।

ବିଚ୍ଛା- ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତିଙ୍କର ରୋଜାଗର ଆଶାନୁରୂପ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ସୁସ୍ଥ ରହିବେ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭ।

ଧନୁ- ମୂଳା, ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାଧନା ଫଳବତୀ ହେବ। ମଧୁର କଥା କହି ପରକୁ ଆପଣାର କରିବେ। ଚକ୍ଷୁ ପୀଡ଼ା ହୋଇପାରେ। ଉତ୍ତରାଷାଢ଼ା ନକ୍ଷତ୍ରଜାତଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଅଧିକ ବ୍ୟୟ ହେବ।

ମକର- ଶ୍ରବଣା ନକ୍ଷତ୍ରଜାତ ବ୍ୟକ୍ତି ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଧନିଷ୍ଠା ଓ ଉତ୍ତରାଷାଢ଼ା ସତର୍କରେ ଚଳିବେ।

କୁମ୍ଭ- ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଉଚ୍ଚ ପଦରେ ଆରୁଢ଼ ହେବେ। ଧନିଷ୍ଠା ଓ ପୂର୍ବଭାଦ୍ରର ସାମାନ୍ୟ ଶୁଭ।

ମୀନ- ଉତ୍ତରାଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦ୍‌ ବ୍ୟବହାର କରି ଲୋକପ୍ରିୟ ହେ​‌େ​‌ବ। ପୂର୍ବଭାଦ୍ର ଓ ରେବତୀର ସାମାନ୍ୟ ଶୁଭଫଳ।

Comments are closed.