ଜାଣନ୍ତୁ ଠିକା କର୍ମଚାରୀଙ୍କ ସହ କେଉଁମାନେ ଫେରାଇବେ ନାହିଁ ରାସନ କାର୍ଡ-ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ରାସନ କାର୍ଡ ଫେରାଇବା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ସ୍ପଷ୍ଟୀକରଣ ରଖିଛନ୍ତି । ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ବଡ ଚାକିରି କରିନଥିବା ଲୋକେ ମଧ୍ୟ ରାସନ କାର୍ଡ ଫେରାଇବେ ନାହିଁ। ଯେଉଁମାନେ ୧୦/୧୨ ହଜାର ଦରମା ପାଉଛନ୍ତି ସେମାନେ ମଧ୍ୟ ରାସନ କାର୍ଡ ରଖିପାରିବେ । ଯେଉଁମାନେ ଆଇଟି ରିଟର୍ଣ୍ଣ ଦାଖଲ କରୁଛନ୍ତି ସେମାନେ ରାସନ କାର୍ଡ ଫେରାଇବାକୁ ନିଦେର୍ଶ ଦିଆଯାଇଛି । ସେହିପରି ଯେଉଁମାନେ ୩୦/୪୦ ହଜାର ଦରମା ପାଉଛନ୍ତି, ସେମାନେ ରାସନ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଫେବୃଆରୀ ୧୫ ଯାଏଁ ବଢିଲା ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍ । ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିବା ବେଳେ ବର୍ତ୍ତମାନ ଏହା ଫେବୃଆରୀ ୧୫କୁ ବୃଦ୍ଧି ପାଇଛି।
ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍ ବାତିଲ୍
ମହାକୁମ୍ଭରେ ଭାଇରାଲ ଗାର୍ଲ ମୋନାଲିସା ଏବେ ବଲିଉଡ୍ରେ ଥାପିବେ ପାଦ, ସାଇନ୍ କଲେ ପ୍ରଥମ ଫିଲ୍ମ
Comments are closed.