ଆସିଲା ହୋଣ୍ଡା ହର୍ନେଟର ନୂଆ ମଡେଲ୍: ବଢିଲା ଦାମ୍, ମିଳିବ ନୂଆ ଫିଚର୍

ନୂଆଦିଲ୍ଲୀ : ହୋଣ୍ଡା ନିଜ ଲୋକପ୍ରିୟ ଷ୍ଟ୍ରିଟଫାଇଟର ୨୦୨୫ ହୋଣ୍ଡା ହର୍ନେଟ୍ ୨.୦କୁ ନୂଆ ଅପଡେଟ୍ସ ସହିତ ଭାରତୀୟ ବଜାରକୁ ନେଇଆସିଛି । ଏହାର ଦାମ୍ ୧.୫୭ ଲକ୍ଷ ଟଙ୍କା(ଏକ୍ସ-ଶୋରୁମ୍) ରଖାଯାଇଛି ଯାହା ପୂର୍ବ ମଡେଲ୍ ଅପେକ୍ଷା ୧୪ ହଜାର ଟଙ୍କା ଅଧିକ । କିନ୍ତୁ ଏହି ନୂଆ ମଡେଲରେ କିଛି ନୂଆ ଫିଚର୍ ମଧ୍ୟ ଦେଇଛି କମ୍ପାନୀ ।
ଏଣିକି ବାଇକରେ ୪.୨ ଇଞ୍ଚର ଟିଏଫଟି ଡିଜିଟାଲ ଡିସପ୍ଲେ ଦିଆଯାଇଚି ଯାହା ବ୍ଲୁଟୁଥ୍ ସହ କନେକ୍ଟ ହୋଇଥାଏ । ଏହା ଜରିଆରେ ଆପଣ ହୋଣ୍ଡା ରୋଡସିଙ୍କ ଆପ୍ ସାହାଯ୍ୟରେ ନେଭିଗେସନ, କଲ୍ ଆଲର୍ଟ ଓ ଏସଏମଏସ୍ ନୋଟିଫିକେସନ୍ ଆକ୍ସେସ୍ କରିପାରିବେ । ମୋବାଇଲ୍ ଚାର୍ଜିଂ ପାଇଁ ଏଥିରେ ଟାଇପ୍ ସି ପୋର୍ଟ ମଧ୍ୟ ମିଳିବ ।
ବାଇକରେ ୧୮୪ ସିସି ସିଙ୍ଗଲ ସିଲିଣ୍ଡର ଏୟାର କୁଲ୍ଡ ଇଞ୍ଜିନ ମିଳେ ଯାହା ୧୬.୭ ବିଏଚପି ପାଓ୍ବର ଓ ୧୫.୭ ଏନଏମ ଟର୍କ ଉତ୍ପନ କରେ । ଏଥିରେ ୫ ସ୍ପିଡ୍ ଗିୟରବକ୍ସ ମିଳିବ । ଏଥିରେ ଡିଜାଇନରେ କୌଣସି ପରିବର୍ତ୍ତନ ହୋଇନି କିନ୍ତୁ କିଛି ନୂଆ ରଙ୍ଗ ଏଥିରେ ଉପଲବ୍ଧ ହେବ ।
Comments are closed.