ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ। କିଛି ଭିଡିଓ ଖୁବ୍ ଭୟଭୀତ କରିଥାଏ । ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ବେଶ ଆକର୍ଷିତ କରୁଛି । ନିକଟରେ ହାତୀର ଏଭଳି ଏକ ଭିଡିଓ ଭାଇରାଲ୍ ହେଉଛି, ଯାହା ଆଶ୍ଚର୍ଯ୍ୟଚକିତ କରୁଛି।
ଭିଡିଓରେ ଦେଖିପାରିବେ ଏକ ଜଙ୍ଗଲୀ ଦନ୍ତା ହାତୀ ଘର ଭିତରକୁ ପଶିବାକୁ ଚେଷ୍ଟା କରୁଛି । ଘର ଭିତରକୁ ସମ୍ପୂର୍ଣ୍ଣ ଭାବେ ପ୍ରବେଶ ନକରି ସେ କବାଟ ପାଖରେ ଥାଇ ନିଜ ଶୁଣ୍ଢରେ ଘରର ସମସ୍ତ ଆସବାବପତ୍ରକୁ ଏଣେତେଣେ ଫିଙ୍ଗିବା ସହ ନଷ୍ଟ କରି ଦେଉଛି। ସେହି ସମୟରେ ଘର ଭିତରୁ ଶବ୍ଦ ମଧ୍ୟ ଶୁଣାଯାଉଛି। ଘର ଭିତରୁ ଜଣେ ଯୁବକ ହାତୀର ଭିଡିଓ କରିଥିବା ଜଣାପଡିଛି।
uninvited member for dinner😭
pic.twitter.com/FH835ENdH9— Ghar Ke Kalesh (@gharkekalesh) January 27, 2025
ଅଧିକାଂଶ ସମୟରେ ଜଙ୍ଗଲକଟା, ଖାଦ୍ୟ ଅନ୍ୱେଷଣ କରି ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଥିବା ଦେଖାଯାଉଛି। ଅନେକ ସମୟରେ ଏଥିପାଇଁ ଜୀବଜନ୍ତୁ ଓ ମନୁଷ୍ୟ ଜୀବନହାନୀ ଘଟୁଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।



