ଭୁବନେଶ୍ୱର : ଫେବୃଆରୀ ୧୫ ଯାଏଁ ବଢିଲା ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍ । ଅବଧି ବୃଦ୍ଧି ନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଜାନୁଆରୀ ୩୧ ଶେଷ ତାରିଖ ଥିବା ବେଳେ ବର୍ତ୍ତମାନ ଏହା ଫେବୃଆରୀ ୧୫କୁ ବୃଦ୍ଧି ପାଇଛି। କିଛି ଲୋକ ଇ-କେୱାଇସି କରି ନଥିବାରୁ ବୃଦ୍ଧି ପାଇଁ ଦାବି କରି ଥିଲେ। ଏହାକୁ ବିଚାର କରି ସରକାର ଅବଧି ବୃଦ୍ଧି ନେଇ ନିଷ୍ପତ୍ତି ନେଇଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।
ମହାକୁମ୍ଭରେ ଭାଇରାଲ ଗାର୍ଲ ମୋନାଲିସା ଏବେ ବଲିଉଡ୍ରେ ଥାପିବେ ପାଦ, ସାଇନ୍ କଲେ ପ୍ରଥମ ଫିଲ୍ମ



