କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ତଥା ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ଥିବା ଏକ ବନ୍ଦ କୋଠରୀରୁ ଜଣେ ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପ୍ରଧାନଶିକ୍ଷୟିତ୍ରୀ ଜଣକ ଗୁନେଇବିଲି ଗାଁର ପ୍ରଭାତୀ ଦେହୁରୀ ବୋଲି ଜଣାପଡ଼ିଛି। ତେବେ ପ୍ରଭାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶ୍ବଶୂରଘର ସାମ୍ନାରେ ଥିବା ଏକ ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର କରାଯାଇଛି। ପ୍ରଭାତୀ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଜକୁ ଦୁଇ ବର୍ଷ ତଳେ ସ୍ୱାମୀ ସତ୍ୟାନନ୍ଦ ପଧାନଙ୍କର ମୃତ୍ୟୁ ଘଟିଥିଲା। ତେବେ ଘର ପାଖ ବନ୍ଦ କୋଠରୀ ଭିତରୁ ଗୁରୁବାର ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହେବାପରେ ଏହାକୁ ନେଇ ଏବେ ସସପେନ୍ସ ବଢି ଚାଲିଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



