ଚାମ୍ପିୟନ୍ସ ଟ୍ରଫି: ଭାରତ ବିପକ୍ଷରେ ବାଂଲାଦେଶ ୨୨୮ରେ ଅଲଆଉଟ୍

ଦୁବାଇ : ଚାମ୍ପିୟନ୍ସ ଟ୍ରଫିର ଦ୍ବିତୀୟ ମୁକାବିଲାରେ ବାଂଲାଦେଶ ଭାରତକୁ ୨୨୯ ରନର ଲକ୍ଷ୍ୟ ଦେଇଛି । ଦୁବାଇରେ ଗୁରୁବାର ବାଂଲାଦେଶ ବ୍ୟାଟିଂ ଚୟନ କରି ୩୬ ରନରେ ୫ ଓ୍ବିକେଟ୍ ହରାଇ ମଧ୍ୟ ୪୯.୪ ଓଭରରେ ୨୨୮ ରନ୍ ସଂଗ୍ରହ କରିଛି । ଭାରତ ପାଇଁ ମୋହମ୍ମଦ ଶାମି ୫ ଓ୍ବିକେଟ୍ ନେଇଛନ୍ତି । ହର୍ଷିତ ରାଣା ୩ ଓ୍ବିକେଟ୍ ନେଇଛନ୍ତି । ଅକ୍ଷର ପଟେଲଙ୍କୁ ୨ଟି ଓ୍ବିକେଟ୍ ମିଳିଛି । ବାଂଲାଦେଶ ଦଳରୁ ୪ ଜଣ ଶୂନ୍ୟରେ ଆଉଟ୍ ହୋଇଛନ୍ତି । ବୁଧବାର ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୬୦ ରନରେ ହରାଇଥିଲା ।
Comments are closed.