ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲ
ରାୟଗଡା: କଲ୍ୟାଣସିଂହପୁର ଥାନା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ଗଣଦୁଷ୍କର୍ମ ମାମଲାର ଚୂଡାନ୍ତ ବିଚାର କରି ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଶୁକ୍ରବାର ଅଭିଯୁକ୍ତକୁ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତର ନାମ ହିକକା ମିନା। ୨୦୧୭ ଅକ୍ଟୋବର ୨୩ରେ ହିକକା ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା।