www.samajalive.in
Sunday, December 7, 2025
23.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ; ଅଭିଯୁକ୍ତ ଗିରଫ

ସୋର : ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ସୋର ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ମୁନା ବାରିକ। ପୀଡିତାଙ୍କ ଅବସ୍ଥା ଗୁରୁତର ଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ ଯେ, ସୋମବାର ସୋର ଥାନା ତେଣ୍ଟଇ ଗ୍ରାମର ଜଣେ ନାବାଳିକା ତାଙ୍କ ସାନ ଭଉଣୀ ସହ ଜାଗର ଦେଖିବାକୁ ଯାଇଥିଲେ। ଅଭିଯୁକ୍ତ ମୁନା ନାବାଳିକାଙ୍କୁ ଚକୋଲେଟ ଦେଇ ବିଲକୁ ନେଇ ସେଠାରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ସାନ ଭଉଣୀ ତାଙ୍କୁ ନ ପାଇବାରୁ ବୁଢୀମା’ଙ୍କୁ ଜଣାଇଥିଲେ। ଏହାପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ବିଲରୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ବାପା ବୁଧବାର ଦିନ ଅନନ୍ତପୁର ବିଟ ହାଉସରେ ଅଭିଯୋଗ କରିଥିଲେ। ପରେ ସୋର ପୁଲିସ ଅଭିଯୁକ୍ତ ଗିରଫ କରିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories