ନୂଆଦିଲ୍ଳୀ: ଦିଲ୍ଳୀର ମୁଖ୍ୟସ୍ଥଳରେ ଅବସ୍ଥିତ ଏକ ସରକାରୀ ସ୍କୁଲ୍ରେ ଜଣେ ଦ୍ୱିତୀୟ ଶ୍ରେଣୀର ଶିଶୁ କନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି। ଏହି ଘଟଣାରେ ପୁଲିସ ଜଣେ ଇଲେକ୍ଟ୍ରିସିଆନ୍କୁ ଶୁକ୍ରବାର ଗିରଫ କରିଛି।
ଅଭିଯୋଗ ଅନୁଯାୟୀ ଇଲେକ୍ଟ୍ରିସିଆନ୍ ଜଣକ ଶିଶୁକନ୍ୟାକୁ ସ୍କୁଲ୍ ପରିସରରେ ଥିବା ଏକ ପମ୍ପ ହାଉସ୍ ନିକଟକୁ ଜବରଦସ୍ତ ନେଇ ସେଠାରେ ତାକୁ ବଳାତ୍କାର କରିଥିଲା। ସ୍କୁଲ୍ ନିକଟ ଏକ ବସ୍ତିରେ ଶିଶୁର ପିତାମାତା ରହୁଛନ୍ତି।
ସରକାରୀ ସ୍କୁଲ୍ରେ ଦ୍ୱିତୀୟ ଶ୍ରେଣୀର ଶିଶୁ କନ୍ୟାକୁ ବଳାତ୍କାର
Popular Categories



