ଏନ୍‌.ଏଲ୍‌.ସି କୋଇଲା ଖଣି କ୍ଷତିଗ୍ରସ୍ତଙ୍କ ଚେତାବନୀ- ୧୦ଦଫା ଦାବୀ ପୂରଣ ନହେଲେ ୨୪ ରୁ ଆନ୍ଦୋଳନ

ରେଙ୍ଗାଲି – ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ ଖିଣ୍ଡା ପଞ୍ଚାୟତ ରେ ଥିବା ଏନ୍‌ଏଲ୍‌ ସି କମ୍ପାନି ର ତଲାବିରା ୨ ଏବଂ ୩ କୋଇଲା ଖଣି ଯୋଗୁଁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ତଥା ଜମିହରାଇ ଥିବା ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ଏବେ ବି ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇ ନାହିଁ । ଏଥିପାଇଁ ଜନସାଧାରଣମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।

 

prayash

ଏହି ପରିପ୍ରେକ୍ଷୀ ରେ ଜନସଧାରଣଙ୍କ ସାମୁହିକ ସ୍ୱାର୍ଥ ସମ୍ବଳିତ ୧୦ ଦଫା ଦାବୀ ପୁରଣ କରାଯି ପାଇଁ ଆଜି ଲାଲ ବୀରେନ୍ଦ୍ର ପ୍ରତାପସାଏ ,ବାବୁଲୁ ରାଉତଙ୍କ ସହ  ଏକ ପ୍ରତିନିଧି ଦଳ ରେଙ୍ଗାଲି ତହସିଲଦାର ଦମୟନ୍ତି ପ୍ରଧାନ ଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ୨୩ ତାରିଖ ସୁଦ୍ଧା ଦାବୀ ଗୁଡିକ ର ସମାଧାନ ନହେଲେ ୨୪ ତାରିଖ ରୁ ଖଣି ର ମୁଖ୍ୟ ଫାଟକ ସମ୍ମୁଖ ରେ ଗ୍ରାମବାସୀ ଙ୍କ ସହିତ ଆନ୍ଦୋଳନ କରାଯିବ ବୋଲି ଖିଣ୍ଡା ସରପଞ୍ଚ ଶ୍ରୀମତି ସନ୍ଧ୍ୟାରାଣି ପଧାନ ସୂଚନା ଦେଇଛନ୍ତି ।

Comments are closed.