www.samajalive.in
Monday, December 15, 2025
24.1 C
Bhubaneswar

ରଣବୀରଙ୍କ ନଟରାଜ ସଟ୍‌

ନୂଆଦିଲ୍ଲୀ : ୧୯୮୩ରେ ଭାରତୀୟ କ୍ରିକେଟ ଦଳର ବିଶ୍ବକପ୍ ବିଜୟ ଉପରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ ଚାଲିଛି। କିମ୍ବଦନ୍ତୀ ଅଲ୍‌ରାଉଣ୍ଡର କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ ଦଳ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତକରି ଚମ୍ପିଆନ୍ ହୋଇଥିଲା। ଭାରତୀୟ କ୍ରୀଡ଼ାର ଏହି ଗୌରବମୟ ଘଟଣାକୁ ରୁପେଲି ପରଦାକୁ ଆଣିବାର ପ୍ରୟାସ କରିଛି ରିଲାଏନ୍‌ସ ଏଣ୍ଟରଟେନ୍‌ମେଣ୍ଟ। ଚଳଚ୍ଚିତ୍ରର ନାମ ରଖାଯାଇଛି ‘୮୩’। ଏହାର ସୁଟିଂ ଆଗେଇ ଚାଲିଛି। ‘୮୩’ ଚଳଚ୍ଚିତ୍ରରେ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡ୍‌ ସୁପରଷ୍ଟାର ରଣବୀର ସିଂହ। ସୋମବାର ତାଙ୍କ ଟ୍ବିଟର ପୃଷ୍ଠାରେ ରଣବୀର ‘୮୩’ ଚଳଚ୍ଚିତ୍ରର ତାଙ୍କର ଏକ ଫଟୋ ଛାଡ଼ିଛନ୍ତି। ଉକ୍ତ ଫଟୋରେ ରଣବୀରଙ୍କୁ କପିଳ ଦେବଙ୍କ ପରି ନଟରାଜ ସଟ୍‌ ଖେଳିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖି ନିଜେ କପିଳ ଚକିତ ହୋଇ ଯାଇଛନ୍ତି।
ଟ୍ବିଟର ପୃଷ୍ଠା ଜରିଆରେ ରଣବୀରଙ୍କୁ ପ୍ରଶଂସାକରି କପିଳ ‘ହ୍ୟାଟ୍‌ସ ଅଫ୍‌’ ରଣବୀର ବୋଲି ଲେଖିଛନ୍ତି। ପ୍ରକୃତରେ ଉକ୍ତ ଚଳଚ୍ଚିତ୍ର ପାଇଁ କପିଳ ଦେବଙ୍କ ଚରିତ୍ରରେ ଅଭିନୟ କରିବାକୁ ମନୋନୀତ ହେବା ପରଠାରୁ ରଣବୀର ବହୁତ ପରିଶ୍ରମ କରିଛନ୍ତି। କପିଳଙ୍କ ପରି ତାଙ୍କ କେଶକୁ ରଣବୀର କୁଞ୍ଚକୁଞ୍ଚିଆ କରିଛନ୍ତି। ପୁଣି କପିଳ ଯେପରି ବ୍ୟାଟିଂ ବା ବୋଲିଂ କରିଥାଆନ୍ତି; ସେପରି ଅବିକଳ କରିବାର ପ୍ରୟାସ ମଧ୍ୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ରଣବୀର ସିଂହଙ୍କ ପତ୍ନୀ ଦୀପିକା ପାଦ୍ୟୁକୋନ୍ ମଧ୍ୟ କପିଳଙ୍କ ପତ୍ନୀ ରୋମି ଦେବ ଚରିତ୍ରରେ ଅଭିନୟ କରିଛନ୍ତି। ‘୮୩’ ଚଳଚ୍ଚିତ୍ରର ନିର୍ଦେଶନା ଦେଉଛନ୍ତି ପ୍ରସିଦ୍ଧ ନିର୍ଦେଶକ କବିର ଖାଁ। ‘ଏକ୍‌ ଥା ଟାଇଗର’ ଓ ‘ବଜରଙ୍ଗୀ ଭାଇଜାନ୍’ ପରି ଚଳଚ୍ଚିତ୍ରର ସଫଳତା ପରେ କବିର କ୍ରିକେଟ ଉପରେ ଅଧାରିତ ଚଳଚ୍ଚିତ୍ରର ନିର୍ଦେଶନା ଦେଉଛନ୍ତି। ‘୮୩’ ଚଳଚ୍ଚିତ୍ର ୨୦୨୦ ଏପ୍ରିଲ ୧୦ରେ ପରଦାକୁ ଆସିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories