୯୦ଜଣଙ୍କୁ ଦୀକ୍ଷା ଦେଲେ ରାମଦେବ

0

ହରିଦ୍ୱାର : ରାମନବମୀ ଅବସରରେ ଯୋଗଗୁରୁ ରାମଦେବ ଏକ ନୂଆ ପଦକ୍ଷେପ ନେଇଛନ୍ତି। ନୂଆ ପଦକ୍ଷେପ ସ୍ୱରୂପ ରାମଦେବ ୯୦ ସନ୍ନ୍ୟାସୀଙ୍କୁ ଦୀକ୍ଷା ଦେଇଛନ୍ତି। ଏହି ସନ୍ନ୍ୟାସୀମାନେ ପତଞ୍ଜଳି ଆଶ୍ରମରେ ଶିକ୍ଷା ଲାଭ କରିଛନ୍ତି। ଏମାନଙ୍କ ମଧ୍ୟରୁ ୫୧ଜଣ ପୁରୁଣ ଓ ୩୯ଜଣ ମହିଳା। ଏହି ଅବସରରେ ରାମଦେବ ସନ୍ନ୍ୟାସୀମାନଙ୍କ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ଦେଶର ସେବା ସହିତ ଧର୍ମ ଓ ସଂସ୍କୃତିର ସୁରକ୍ଷା ଦିଗରେ ନିଜର ସନ୍ତାନଙ୍କୁ ଉତ୍ସର୍ଗ କରିଥିବାରୁ ରାମଦେବ ଉପସ୍ଥିତ ସନ୍ନ୍ୟାସୀଙ୍କ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି। ଏହି ସନ୍ନ୍ୟାସୀମାନେ ସମାଜର ବିଭିନ୍ନ ବର୍ଗ ଯଥା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର ବର୍ଗର। ଏମାନଙ୍କୁ ବେଦ ଓ ଉପନିଷଦ ଶିକ୍ଷା ଦିଆଯାଇଛି। ଧର୍ମ ଓ ସଂସ୍କୃତିର ସୁରକ୍ଷା ଲାଗି ୧୦୦୦ ସନ୍ନ୍ୟାସୀ ସୃଷ୍ଟି ପୂର୍ବକ ଦୀକ୍ଷା ଦେବା ଲାଗି ରାମଦେବ ଲକ୍ଷ୍ୟ ରଖିଛନ୍ତି।

Leave A Reply