ରମ୍ଭାରେ ଐତିହାସିକ ଚନ୍ଦନ ଯାତ୍ରା, ସହର ଉତ୍ସବ ମୁଖର
ରମ୍ଭା: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଐତିହାସିକ ରମ୍ଭା ଚନ୍ଦନ ଯାତ୍ରା ପାଇଁ ସାରା ସହର ବର୍ତ୍ତମାନ ଉତ୍ସବ ମୁଖର ହୋଇଉଠିଛି। ରଙ୍ଗୀନ ଆଲୋକ ମାଳା ସମଗ୍ର ସହରର ଶୋଭାକୁ ଆହୁରି ଦ୍ବିଗୁଣିତ କରିଛି। ବିଭିନ୍ନ ସ୍ଥାନରେ ହୋଇଥିବା କଳାକୁଞ୍ଜ ଲୋକଙ୍କ ଆକର୍ଷଣ ର କେନ୍ଦ୍ର ପାଲଟିଛି। ସନ୍ଧ୍ୟା ଠାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ପ୍ରବଳ ଗ୍ରୀଷ୍ମ ସତ୍ୱେ ମଧ୍ୟ୍ୟ ଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ କମିନାହିଁ। ରାତିରେ କେତକ ସ୍ଥାନରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଦୋଳି, ମିନାବଜାର ଯାତ୍ରା କୁ ଅଧିକ ମାତ୍ରାରେ ଶୋଭାବର୍ଦ୍ଧିତ କରୁଛି। ଗତ ରବିବାର ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ସାତ ଦିନ ଧରି ଚାଲିବ।
ପାରମ୍ପରିକ ନୀତିନିୟମ ଅନୁସାରେ ଶ୍ରୀଜୀଉ ମଦନମୋହନଙ୍କୁ ପ୍ରତେକ ଦିନ ଶୋଭାଯାତ୍ରାରେ ଲୋକମାନେ ସାହି ପରିକ୍ରମା କରିଥାନ୍ତି। ଏହାପରେ ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ଚନ୍ଦନ ପୋଖରୀରେ ଚାପ ଖେଳ ଅନୁଷ୍ଠିତ ହୋଇଥାଏ। ଘଣ୍ଟ କାହାଳି, ମୃଦଙ୍ଗ ବଜେଇ ଲୋକମାନେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାନ୍ତି। ଠାକୁରଙ୍କୁ ଚନ୍ଦନ ପୋଖରୀରି ରେ ସ୍ନାନ କରାଯାଇଥାଏ। ଠାକୁରଙ୍କୁ ସହର ମଧ୍ୟରେ ବିମାନ ଯୋଗେ ବସାଯାଇ ଠାକୁରଙ୍କ ସମୁଖରେ ନାଟକ ପରିବେଷଣ ହୋଇଥାଏ। ଏହି ଯାତ୍ରା ପାଇଁ ପୁର୍ବ ରୁ ପ୍ରସ୍ତୁତି ବୈଠକ ହୋଇଥିବା ଜଣାପଡୁଛି। ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ପାଇଁ ରମ୍ଭା ଥାନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
Comments are closed.