www.samajalive.in
Sunday, December 7, 2025
26.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ କଲା ପ୍ରଶାସନ

ରାମନାଗୁଡା :ପାରମ୍ପାରିକ ଚାଷ ଧାନ,କପା ,ପନିପରିବା ସହ କିଛି ନୂଆ ଫସଲ ଚାଷ କରିବାର ପ୍ରୟାସ ନେଇ ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଦୁର୍ଗମ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଛି ବ୍ଲକ ପ୍ରଶାସନ।

ରାୟଗଡ ଜିଲାରେ ପ୍ରଥମଥର ଲାଗି ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ସୁଣ୍ଡିଧାମୁଣି ପଞ୍ଚାୟତ ଅଧିନ ଟାସ୍କି ଓ ପାରୀକ୍ଷିତି ପଞ୍ଚାୟତ ଅଧିନସ୍ଥ ଜିଞ୍ଜିରିବାଡ଼ିରେ ଏହାକୁ ଆରମ୍ଭ କରାଯାଇଛି। ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗର ମିଳିତ ପ୍ରୟାସ ରେ ଏହି ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି। ସୂଚନା ଅନୁସାରେ ଏହି ଚାଷ ନିମନ୍ତେ ପ୍ରଥମେ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ କନ୍ଧମାଳ ଜିଲା ଦାରିଙ୍ଗବାଡି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳସେଚନ, ମଲ୍ଚିଂ ବ୍ୟବହାର କରି ଏହି ଷ୍ଟ୍ରବେରୀ ଚାଷ କରାଯାଉଛି।

- Advertisement -

ଆଜି ଟାସ୍କି ଠାରେ ଷ୍ଟ୍ରବେରୀ ଚାଷ ଚାରାରୋପଣ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ଜିଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ , ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ, ଜିଲା ପରିଷଦ ସଦସ୍ୟ ସୁରେଶ ଗମାଙ୍ଗ, ତାଙ୍ଗୁଡୁ ଶ୍ରୀଧର , ସମିତି ସଭ୍ୟ କମଳ ମୁଟିକା, ଲକ୍ଷ୍ମୀ କାଡ୍ରାକା, ସରପଞ୍ଚ ଭାସ୍କର କାଡ୍ରାକା, ଗଗନ ଆଚାର୍ୟ୍ୟ, ଭାମିନି ସରପଞ୍ଚ ରିତୁପ୍ରଭା ଗମାଙ୍ଗ, କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର, ସମିତି ସଭ୍ୟା ଲଷ୍ମୀପ୍ରିୟା ମାଣ୍ଡାଙ୍ଗି, ସହକାରୀ ଉଦ୍ୟାନ ନିର୍ଦେଶକ ଜଗନ୍ନାଥ ବିନ୍ଧାଣି, ବିପିଏମ୍ ଯସ୍ମିନ ମୁଟିକା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ଏହି ଚାଷ କିଭଳି ସଫଳ ହେବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ସଶକ୍ତ ମହିଳା ସଶକ୍ତ ଓଡ଼ିଶାକୁ ସଫଳ କରିବା ନେଇ ମତ ରଖିଥିଲେ। ରାମନାଗୁଡ଼ା ବ୍ଲକ ପାଲୁପାଇ, ଟାସ୍କି ଓ ଜିଞ୍ଜିରିବାଡିରେ ମଧ୍ୟ ୨.୫ଏକର ଷ୍ଟ୍ରବେରୀ ଚାଷ ହେବା ନେଇ ବ୍ଲକ ପ୍ରଶାସନ ସୂଚନା ଦେଇଛି।

ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ଏମ୍ବିକେ,ସିଆରପି,ପଞ୍ଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ମାଣ୍ଡାଙ୍ଗି,ଜିଆରଏସ୍ ଦିଲ୍ଲୀପ ପଣ୍ଡା,ପ୍ରଦୀପ ବେହେରା ପରିଚାଳନା କରିଥିଲେ।ଉଦ୍ୟାନ ବିଭାଗର ଅକ୍ଷୟ କୁମାର ପଣ୍ଡା କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ। ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ଏହି ପରି କିଛି ନୂଆ ଚାଷ କରି ମହିଳାମାନଙ୍କ ଆର୍ଥିକ ମାନଦଣ୍ଡକୁ ସଦୃଢ଼ କରିବା ଲକ୍ଷ୍ୟରେ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳଙ୍କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories